କଟକର ପ୍ରସିଦ୍ଧ ଧବଳେଶ୍ୱର ପୀଠରେ ନଭେମ୍ବର ୩ ସୋମବାର ବଡ଼ଓଷା ପାଳନ

କଟକର ପ୍ରସିଦ୍ଧ ଧବଳେଶ୍ୱର ପୀଠରେ ନଭେମ୍ବର ୩ ସୋମବାର ବଡ଼ଓଷା ପାଳନ ହେବ । ନଭେମ୍ବର ୪ ମଙ୍ଗଳବାର ସକାଳୁ ଗଜଭୋଗ ବିତରଣ କରାଯିବ । ନଭେମ୍ବର ୫ ରେ ଡଙ୍ଗା ଭସା ସହିତ କାର୍ତ୍ତିକ ପୂର୍ଣ୍ଣିମା ପାଳନ କରାଯିବ । ଅକ୍ଟୋବର ୮ରୁ ନଭେମ୍ବର ୫ ପର୍ଯ୍ୟନ୍ତ କାର୍ତ୍ତିକ ବ୍ରତ ପାଳନ କରାଯିବ । ନଭେମ୍ବର ୧ରୁ ୫ ଯାଏଁ ବ୍ରତ ପାଳନ କରାଯିବ । ସେହିପରି କାର୍ତ୍ତିକ ବ୍ରତ ଓ ବଡ଼ ଓଷା ପାଇଁ ଧବଳେଶ୍ୱର ପୀଠରେ ପ୍ରବଳ ଭିଡ଼ ହୋଇଥାଏ । ତେଣୁ ଏଥିପାଇଁ ସ୍ୱତନ୍ତ୍ର ଭାବେ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯିବ। ଶ୍ରଦ୍ଧାଳୁମାନଙ୍କ ଦର୍ଶନରେ ଯେମିତି କୌଣସି ଅସୁବିଧା ନ ହୁଏ, ସେଥିପାଇଁ ଧ୍ୟାନ ଦିଆଯିବ ବୋଲି ଆଜି ପ୍ରସ୍ତୁତ ବୈଠକରେ ନିଷ୍ପତ୍ତି ହୋଇଛି ।