କଟକ ଚୌଦ୍ୱାର ଜେଲରୁ ୨ କଏଦୀ ଚମ୍ପଟ ଘଟଣା: ୨ୱାର୍ଡର ସସପେଣ୍ଡ
କଟକ ଚୌଦ୍ୱାର ଜେଲରୁ ୨ କଏଦୀ ଚମ୍ପଟ ଘଟଣାରେ ୨ ୱାର୍ଡରଙ୍କୁ ସସପେଣ୍ଡ କରାଯାଇଛି । କର୍ତ୍ତବ୍ୟରେ ଅବହେଳା ପାଇଁ ୱାର୍ଡର, ଚିଫ ୱାର୍ଡର ସସପେଣ୍ଡ ହୋଇଛନ୍ତି । ଉଭୟେ କଏଦୀ ଅଲଗା ଅଲଗା ସେଲରେ ଥିଲେ । ଆଲିରେ ରଡ କାଟି ବାହାରିଥିଲେ । ବ୍ୟବହାର କରୁଥିବା କମ୍ବଳକୁ ଦଉଡି କରି ପାଚେରୀ ଡେଇଁଛନ୍ତି । କଟକ ରେଞ୍ଜ ଡିଆଇଜିଙ୍କୁ ତଦନ୍ତ ପାଇଁ ଜେଲ ବିଭାଗ ଡିଜି ନିର୍ଦ୍ଦେଶ ଦେଇଛନ୍ତି । ସୂଚନାମୁତାବକ ବିହାରର ୨ କଏଦୀ ଚୌଦ୍ଵାର ଜେଲ୍ର ସ୍ପେଶାଲ୍ ସେଲ୍ରେ ଥିବାବେଳେ ଚମ୍ପଟ ମାରିଛନ୍ତି । ସ୍ପେଶାଲ୍ ସେଲ୍ରେ ଥିବା ବେଳେ ସେଲ୍ କାଟି ବାଉଁଶ ସହାୟତାରେ ଉଭୟ କଏଦୀ ଫେରାର୍ ହୋଇଥିବା ଜଣାପଡ଼ିଛି ।୮ ମାସ ତଳେ ଯାଜପୁର ପାଣିକୋଇଲି ଅଞ୍ଚଳର ଏକ ସୁନା ଦୋକାନରୁ ଲୁଟ୍ ଓ ହତ୍ୟା ମାମଲାରେ ଦୁଇ ଜଣ ଚୌଦ୍ଵାର ଜେଲ୍ରେ ସଜା କାଟୁଥିଲେ । ଚମ୍ପଟ ଦୁଇ କଏଦୀ ହେଲେ ବିହାରର ରାଜା ସାହାଣୀ ଓରଫ ବିକାଶ ଓ ଚନ୍ଦ୍ରକାନ୍ତ କୁମାର । ତେବେ ସେଲ୍ କାଟିବା ପାଇଁ ଦରକାର ସରଞ୍ଜାମ କଏଦୀ କେଉଁଠି ପାଇଲେ, କିଏ ଦେଲା ? ଏବେ ବିଧିବଦ୍ଧ ତଦନ୍ତ କରି ସମ୍ପୃକ୍ତଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଲାଗି ଦାବି ହେଉଛି ।
