କଟକ ଦଶହରା ଭସାଣି ପାଇଁ ଟ୍ରାଫିକ କଟକଣା

କଟକ ଦଶହରା ଭସାଣି ପାଇଁ କମିଶନରେଟ ପୋଲିସର ଟ୍ରାଫିକ କଟକଣା । ୩ ତାରିଖ ସକାଳ ୭ରୁ ୪ ତାରିଖ ଭସାଣି ଶେଷ ହେବା ଯାଏଁ କଟକଣା । ଉପର ବାଲିଯାତ୍ରା ପଡିଆ ସମେତ ୧୫ଟି ସ୍ଥାନରେ ପାର୍କିଂ ବ୍ୟବସ୍ଥା ରହିଛି ।ଏହାକୁ ଦୃଷ୍ଟିରେ ରଖ୍ ଯାନବାହନ ଗୁଡ଼ିକର ସୁନିୟନ୍ତ୍ରୀତ ଚଳାଚଳ ତଥା ଜନସାଧାରଣ ଓ ପଥଚାରୀଙ୍କ ସୁବିଧା ଉଦ୍ଦେଶ୍ୟରେ ଓଡିଶା ଅର୍ବାନ୍ ପୁଲିସ ଆକ୍ଟ୨୦୦୩ ର ଧାରା ୨୮(ଓଡ଼ିଶା ଆକ୍ଟ, ୨୦୦୭ ର ଧାରା ୮)ଏବଂ ପୁଲିସ କମିସନରେଟ୍, ଭୁବନେଶ୍ବର-କଟକ, ଟ୍ରାଫିକ୍ ଓ ପବ୍ଲିକ୍ଅର୍ଡର ୨୦୦୮ ର ଧାରା ୩୬ ଅନୁସାରେ ନିମ୍ନଲିଖୂତ କଟକଣା ଗୁଡ଼ିକ ଆସନ୍ତା ତା ୨୭.୦୯.୨୦୨୫ ରିଖଠାରୁ ତା. ୦୨.୧୦.୨୦୨୫ ରିଖ ପର୍ଯ୍ୟନ୍ତଅପରାହ୍ଣ ୨ ଘଟିକା ଠାରୁ ରାତ୍ର ୨ ଘଟିକା ପର୍ଯ୍ୟନ୍ତ ଲାଗୁ କରାଯିବ ।

ଦୟାକରି ଏହି ଗୁରୁତ୍ବପୂର୍ଣ ଟ୍ରାଫିକ୍ ନିୟମଗୁଡ଼ିକୁ ପାଳନ କରନ୍ତୁ:-

– ମଦ୍ୟପାନ କରି ଗାଡ଼ି ଚଲାନ୍ତୁ ନାହିଁ ।
– ଦୁଇଚକିଆ ଯାନରେ ତିନିଜଣ ବସି ଗାଡ଼ି ଚଲାନ୍ତୁ ନାହିଁ ।
– ଗାଡି ଚଲାଇବା ସମୟରେ ମୋବାଇଲ୍ ଫୋନ୍ ବ୍ୟବହାର କରନ୍ତୁ ନାହିଁ ।
– ଦୁଇଚକିଆ ଯାନ ଚଲାଇବା ସମୟରେ ସର୍ବଦା ହେଲମେଟ୍ ପିନ୍ଧନ୍ତୁ ।
– କେବଳ ନିର୍ଦ୍ଦିଷ୍ଟ ପାର୍କି ସ୍ଥାନରେ ପାକିଂ କରନ୍ତୁ I
– ଆପଣଙ୍କ ଗାଡିଟି ଅନାବଶ୍ୟକ ଥିବା ସମୟରେ ସଠିକ୍ ଭାବରେ ଲକ୍ ହୋଇଛି କି ନାହିଁ ତାହା ନିଶ୍ଚିତ କରନ୍ତୁ I
– ଦ୍ରୁତ ଏବଂ ବେପରୁଆ ଗାଡି ଚଳାଇବା ଠାରୁ ଦୂରେଇ ରୁହନ୍ତୁ ।