କଟକ ଦଶହରା ଭସାଣି ଗଣ୍ଡଗୋଳ ଘଟଣା ପରେ ଘର ଘର ବୁଲି ଯାଞ୍ଚ କରୁଛି କମିଶନରେଟ୍ ପୁଲିସ୍
କଟକ ଦଶହରା ଭସାଣୀରେ ୨ ଗୋଷ୍ଠୀ ଗଣ୍ଡଗୋଳ ଘଟଣା । ହାତୀପୋଖରୀ ଅଞ୍ଚଳରେ ପୋଲିସର ଯାଞ୍ଚ । ଘରେ ଘରେ ପଶି ଯାଞ୍ଚ କରୁଛି କମିଶନରେଟ ପୋଲିସ । ଦୁଇ ଜଣ ଏସିପି, ୩ ଜଣ ଆଇଆଇସିଙ୍କ ସହ ବ୍ୟାପକ ପୁଲିସ୍ ଫୋର୍ସ ମୁତୟନ ହୋଇଛନ୍ତି। ଘର ଘର ବୁଲି କମିଶନରେଟ୍ ପୁଲିସ୍ କେନ୍ଦ୍ରୀୟ ଫୋର୍ସ ସହ ମିଶି ଯାଞ୍ଚ କରୁଛି।ଅନ୍ୟପଟେ ସ୍ବାଭାବିକ ହୋଇଛି ସିଲଭର୍ ସିଟି। ପୁଣି ଚଳଚଞ୍ଚଳ ହୋଇଉଠିଛି କଟକ । ଭାଇଚାରାର ସହରରେ ସମସ୍ତେ ପୁଣି ଏକାଠି । ସମସ୍ତ ଦୋକାନ ବଜାର ଖୋଲିଛି । ଇଣ୍ଟରନେଟ ସେବା ବି ସ୍ବାଭାବିକ ହୋଇଛି। ତଥାପି ସହରର ବିଭିନ୍ନ ଅଞ୍ଚଳରେ କଡା ପାଟ୍ରୋଲିଂ କରୁଛି ପୋଲିସ ।
