କଟକ ଦୁର୍ଗାପୂଜା ପ୍ରସଙ୍ଗରେ ହାଇକୋର୍ଟଙ୍କ ‘ତୋରଣ’ କଟକଣା
କଟକ ଦୁର୍ଗାପୂଜା ପ୍ରସଙ୍ଗରେ ସୁଉଚ୍ଚ ତୋରଣ ଉପରେ ହାଇକୋର୍ଟ କଟକଣା ଲଗାଇଛନ୍ତି । ଇଲେକ୍ଟ୍ରି ଗେଟ ନିର୍ମାଣ ଉପରେ ବି କଟକଣା ଜାରି କରିଛନ୍ତି ।ପୂଜା ସମୟରେ ରାସ୍ତା ଅବରୋଧ କରି ପେଣ୍ଡାଲ ତିଆରି ନ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ତୋରଣ ଗୁଡ଼ିକର ଉଚ୍ଚତା ଓ ସୁରକ୍ଷାକୁ ନେଇ ଜିଲ୍ଲାପାଳ ପଦକ୍ଷେପ ନେବେ । ପୂଜାରେ ତୋରଣ ଏବଂ ସୁରକ୍ଷା ସମ୍ପର୍କିତ ଅନୁମତି ପାଇଁ ସିଙ୍ଗଲ ୱିଣ୍ଡୋ ବ୍ୟବସ୍ଥା ରହିବ । ତୋରଣ ନିର୍ମାଣ ପୂର୍ବରୁ ପୂଜା କମିଟି ମାନଙ୍କ ଠାରୁ ତୋରଣର ଡ୍ରଇଁ ମଗାଯିବ ବୋଲି କଟକ ଜିଲ୍ଲାପାଳ କହିଛନ୍ତି ।
ପୂଜାରେ ଶବ୍ଦ ପ୍ରଦୂଷଣ ନେଇ ହାଇକୋର୍ଟ ଚିନ୍ତା ପ୍ରକଟ କରିଛନ୍ତି । ଶବ୍ଦ ପ୍ରଦୂଷଣ ୬୫ ଡେସିବିଲ ମଧ୍ୟରେ ସୀମିତ ରଖିବା ପାଇଁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ । ପାର୍ବଣ ସମୟରେ ସ୍ଵଚ୍ଛ ପିଇବା ପାଣି ଯୋଗାଇବା ପାଇଁ ୱାଟକୋକୁ ନିର୍ଦ୍ଦେଶ ଦିଆଯାଇଛି । ସେହିଭଳି ବିଷାକ୍ତ ଖାଦ୍ୟ ବିକ୍ରି ଉପରେ ନଜର ରଖିବାକୁ କୁହାଯାଇଛି ।
