କଟକ ବଡ଼ ଡାକ୍ତରଖାନାରେ ରୋଗୀଙ୍କୁ ଡାକ୍ତର ଦୁଷ୍କର୍ମ କରିଥିବା ଅଭିଯୋଗ

କୋଲକତାର ଆର୍‌ଜି କର ହସ୍ପିଟାଲରେ ମହିଳା ଟ୍ରେନି ଡାକ୍ତରଙ୍କୁ ବଳାତ୍କାର ଏବଂ ହତ୍ୟା ଘଟଣାକୁ ନେଇ ଦେଶରେ ଡାକ୍ତରଙ୍କ ଆନ୍ଦୋଳନ ତେଜିବାରେ ଲାଗିଛି। ଏହି ପରିପ୍ରେକ୍ଷୀରେ କଟକ ଏସ୍‌ସିବି ମେଡିକାଲରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି।ମିଳିଥିବା ସୂଚନାନୁଯାୟୀ, ଇସିଜି କରିବା ବାହାନାରେ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇ ଥିବା ବେଳେ ପୀଡିତାଙ୍କ ସମ୍ପର୍କୀୟଙ୍କ ଆକ୍ରମଣରେ ଡାକ୍ତର ଗୁରୁତର ହୋଇଛନ୍ତି । ଗୁରୁତର ଡାକ୍ତର ଏସସିବି ଆଇସିୟୁରେ ଭର୍ତ୍ତି ହୋଇଥିବା ସୂଚନା ମିଳିଛି।୧୬୧/୧୬୪ ରେ ପୀଡ଼ିତା ଙ୍କ ବୟାନ ରେକର୍ଡ କରୁଛି ପୋଲିସ। ଗତ ରବିବାର ଏସସିବି କାର୍ଡିଲୋଜି ବିଭାଗରେ ଇସିଜି ଓ ଇକୋ ପାଇଁ ଜଣେ ମହିଳା ଡାକ୍ତର ଆସିଥିଲେ। ସେଠାରେ ଥିବା ଜଣେ ଜୁନିଅର ଡାକ୍ତର ଜଣକ ତାଙ୍କର ବିଭିନ୍ନ ପରୀକ୍ଷା କରାଇଥିଲେ। ହେଲେ ଇକୋ କରିବା ସମୟରେ ଆନେସ୍ଥେସିଆ ଦେଇ ଜୁନିଅର ଡାକ୍ତର ତାଙ୍କୁ ଦୁଷ୍କର୍ମ କରିବାର ଅଭିଯୋଗ ଆସିଛି|ଅନ୍ୟପଟେ ଏଡିସିପି କହିଛନ୍ତି ଘଟଣାର ତଦନ୍ତ ଆରମ୍ଭ ହୋଇଛି।

ଅସଦାଚାରଣ ଯୌନ ନିର୍ଯାତନା ନେଇ ଲିଖିତ ଅଭିଯୋଗ ହୋଇଥିଲା। ପୀଡିତାଙ୍କ ବୟାନ ମାଜିଷ୍ଟ୍ରେଟଙ୍କ ପାଖେ କରାଯିବ। ଘଟଣା ସହ ଜଡିତ ଥିବା ଅନ୍ୟମାନଙ୍କ ମଧ୍ୟ ବୟାନ୍ ନିଆଯିବ। ପୋଲିସ ପାଖେ ଦୁଇଟି ମାମଲା ହୋଇଛି। ଗୋଟିଏ ଦୁଷ୍କର୍ମ ଓ ଅନ୍ୟଟି ଆକ୍ରମଣ। ତଦନ୍ତ ଶେଷ ପରେ ଆବଶ୍ୟକ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କନକ ନ୍ୟୁଜକୁ ପ୍ରତିକ୍ରିୟା ଦେଇ ଡିସିପି ଅନିଲ ମିଶ୍ର କହିଛନ୍ତି।