କଟକ-ବାରବାଟୀରେ କାହାକୁ ମିଳିବ ଟିକେଟ , ଚିନ୍ତାରେ ଭାଜପା

ଅନୁଭବ ମହାନ୍ତିଙ୍କୁ ଭାଜପା କଟକ-ବାରବାଟୀରୁ ପ୍ରାର୍ଥୀ ହେବା ଚର୍ଚ୍ଚା ହେଉଛି। ଅନ୍ୟପଟେ କେନ୍ଦ୍ରାପଡା ଏମପି ହୋଇଥିବାରୁ ଏହି ଲୋକ ସଭା କ୍ଷେତ୍ର ଅନ୍ତର୍ଗତ ସାଲେପୁରରୁ ଅନୁଭବଙ୍କୁ ପ୍ରାର୍ଥୀ କରିପାରେ ଦଳ।ଅଭିନେତାରୁ ରାଜନେତା ପାଲଟିଥିବା ଅନୁଭବ ମହାନ୍ତି ଓ ଅରିନ୍ଦମ ରୟଙ୍କୁ କେଉଁଠୁ ଟିକେଟ ମିଳିବ ତାକୁ ନେଇ ଆଲୋଚନା ଜୋରଦାର ହୋଇଛି ।ଅରିନ୍ଦମ ରାୟ ବି କଟକ-ବାରବାଟୀରୁ ପ୍ରାର୍ଥୀ ହେବା ନେଇ ଦୀର୍ଘଦିନ ହେଲା ଆଲୋଚନା ହେଉଥିଲା। କାରଣ ଏଠାରେ ସେ ସଙ୍ଗଠନ ଚଳାଇଥିଲେ। ଯଦି ଅନୁଭବଙ୍କୁ କଟକ-ବାରବାଟୀ ଦିଆଯାଏ, ତା’ ହେଲେ ସାଲେପୁର ଆସନ ଅରିନ୍ଦମଙ୍କୁ ମିଳିବା ଚର୍ଚ୍ଚା ହେଉଛି।

ଉଭୟ ଅନୁଭବ ମହାନ୍ତି, ଅରିନ୍ଦମ ରୟଙ୍କ ନିର୍ବାଚନମଣ୍ଡଳୀ ହେଉଛି କଟକ-ବାରବାଟୀ । ନିକଟରେ ବିଜେଡି ଛାଡି ବିଜେପିରେ ସାମିଲ ହୋଇଥିଲେ ଅନୁଭବ, ଅରିନ୍ଦମ, ସିଦ୍ଧାନ୍ତ ଓ ଆକାଶ । ଏମାନଙ୍କ ମଧ୍ୟରୁ ଆକାଶ ଦାସ ନାୟକଙ୍କୁ କୋରେଇରୁ ଓ ସିଦ୍ଧାନ୍ତ ମହାପାତ୍ରଙ୍କୁ ଦିଗପହଣ୍ଡିରୁ ପ୍ରାର୍ଥୀ କରିଛି ଭାଜପା । ଏବେ ଅନୁଭବ ଓ ଅରିନ୍ଦମଙ୍କ ଉପରେ ଉପରେ ସମସ୍ତଙ୍କ ନଜର ରହିଛି । ବାକି ଥିବା ୧୬ ଆସନ ମଧ୍ୟରୁ ଅଧିକାଂଶ ଆସନ ଖୋର୍ଦ୍ଧା, ଭଦ୍ରକ, ଯାଜପୁର, ବାଲେଶ୍ୱର ଓ କେନ୍ଦୁଝରର ହୋଇଥିବାରୁ ଏହି ଦୁଇ ଅଭିନେତାଙ୍କୁ ସାଲେପୁର ଓ କଟକ-ବାରବାଟୀ ଆସନରେ ଥଇଥାନ କରାଯିବା ସମ୍ଭାବନା ଅଧିକ ରହିଛି ।