କଟକ ବାଲିଯାତ୍ରା ପାଇଁ କଟକରେ ଗାଡ଼ି ଚଳାଚଳ ଉପରେ କଟକଣା

ସଜେଇ ହେଲାଣି ଐତିହାସିକ ବାଲିଯାତ୍ରା ପଡ଼ିଆ । ପ୍ରଶାସନ ତରଫରୁ ଚାଲିଛି ବ୍ୟାପକ ପ୍ରସ୍ତୁତି । ଆସନ୍ତାକାଲି ସକାଳୁ ମହାନଦୀ ପଠାରୁ ବିଭିନ୍ନ କାର୍ୟ୍ୟକ୍ରମ ଆରମ୍ଭ ହେବା ସହିତ ସଂଧ୍ୟାରେ ରହିଛି ବାଲିଯାତ୍ରାର ଉଦଘାଟନୀ ଉତ୍ସବ । ଦୀର୍ଘ ୮ ଦିନ ଧରି ଚାଲିବ ଏସିଆ ମହାଦେଶର ସର୍ବବୃହତ ମୁକ୍ତାକାଶ ବାଣିଜ୍ୟ ମେଳା ।ତ ଦିନିଆ ଏହି ଉତ୍ସବରେ ପ୍ରବଳ ଭିଡ଼ ଆଶଙ୍କା କରି ଶୃଙ୍ଖଳିତ ଯାତାୟାତ ପାଇଁ ଏହି ନିଷ୍ପତ୍ତି ନିଆଯାଇଛି।ଏହି କଟକଣା ନଭେମ୍ବର ୫ରୁ ୧୨ ତାରିଖ ପର୍ଯ୍ୟନ୍ତ ପ୍ରତିଦିନ ଅପରାହ୍ନ ୨ଟାରୁ ଭିଡ଼ ନ କମିବା ପର୍ଯ୍ୟନ୍ତ ବଳବତ୍ତର ରହିବ। ପୋଲିସ କମିଶନର ଏସ୍. ଦେବ ଦତ୍ତ ସିଂହ ଓଡ଼ିଶା ସହରାଞ୍ଚଳ ପୋଲିସ୍ ଅଧିନିୟମ, ୨୦୦୩ର ଧାରା ୨୮ ଅନୁଯାୟୀ ଏହି କଟକଣା ଲଗାଇଛନ୍ତି।ଭିଡ଼ ସମୟରେ କଟକ ସହର ଭିତରେ ଭାରି ଓ ବାଣିଜ୍ୟିକ ଯାନବାହନ ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ରହିବ। ତେବେ ଆମ୍ବୁଲାନ୍ସ, ଅଗ୍ନିଶମ ଓ ପୋଲିସ ଭଳି ଜରୁରୀକାଳୀନ ସେବା ଗାଡ଼ିକୁ ପ୍ରାଧାନ୍ୟ ଦିଆଯିବ।ଭୁବନେଶ୍ୱର ପଟୁ ଆସୁଥିବା ଗାଡ଼ି:ହାଲୁକା ଯାନ (Light Vehicles): ନନ୍ଦନକାନନ, ବାରଙ୍ଗ, ତ୍ରିଶୂଳିଆ ଦେଇ ନେତାଜୀ ସେତୁକୁ ଆସୁଥିବା ଗାଡ଼ିଗୁଡ଼ିକ ବେଲଭ୍ୟୁ ଛକ (ଜୁଡିସିଆଲ୍ ଏକାଡେମୀ)ରୁ ବାମକୁ ବୁଲି CDA-11 ଦେଇ ବିଜୁ ପଟ୍ଟନାୟକ ପାର୍କ ନିକଟରେ ପହଞ୍ଚିବେ। ସେମାନେ ଭୁଆସୁଣି ପଡ଼ିଆ କିମ୍ବା କୃଷକ ବଜାର ପଡ଼ିଆରେ ଗାଡ଼ି ପାର୍କିଂ କରି ସେଠାରୁ ଶଟଲ୍ ବସ୍ ଯୋଗେ ବାଲିଯାତ୍ରା ପଡ଼ିଆକୁ ଯାଇପାରିବେ।