କଟକ ରାଜସ୍ୱ ପର୍ଷଦ ବିଲଡିଂରେ ଅଗ୍ନିକାଣ୍ଡ
କଟକ ରାଜସ୍ୱ ପର୍ଷଦ ବିଲଡିଂରେ ଅଗ୍ନିକାଣ୍ଡ । ପଞ୍ଚମ ମହଲାର ଏସିର କନ ଫେକ୍ସରରେ ଲାଗିଛି ନିଆଁ । କେଉଁ କାରଣରୁ ନିଆଁ ଲାଗିଛି ତାହା ଜଣା ପଡି ନାହିଁ ।ଏଥିରେ ଅନେକ ଯନ୍ତ୍ରପାତି ଏବଂ କାଗଜପତ୍ର ପୋଡିଯାଇଥିବା ଆଶଙ୍କା କରାଯାଉଛି । ଏହି ମହଲାକୁ ନିଆଁ ବ୍ୟାପି ପାରେ ବୋଲି ଆଶଙ୍କା କରାଯାଉଛି । ପ୍ରାପ୍ତ ସୂଚନା ଅନୁଯାଇ ନିଆଁକୁ ସମ୍ପୂର୍ଣ୍ଣ ଆୟତ୍ତ କରିଛି ଅଗ୍ନିଶମ ଟିମ । ଅଗ୍ନିକାଣ୍ଡରେ କେହି ମୃତାହତ ହୋଇଥିବା ଖବର ଜଣାପଡ଼ିନି । ଅଗ୍ନିକାଣ୍ଡରେ ହୋଇଥିବା କ୍ଷୟକ୍ଷତିର ଆକଳନ କରାଯାଉଛି ।
