କଟକ ସହରରେ ଅଶାନ୍ତି ସୃଷ୍ଟି ଘଟଣାରେ ୮ ଜଣ ଗିରଫ
କଟକ ସହରରେ ଅଶାନ୍ତି ସୃଷ୍ଟି ଘଟଣାରେ ୮ ଜଣ ଗିରଫ ହୋଇଛନ୍ତି । ଏନେଇ ସୂଚନା ଦେଲେ ପୋଲିସ କମିଶନର ଏସଦେବଦତ୍ତତ୍ତ ସିଂ । କହିଛନ୍ତି, ଅଶାନ୍ତି ସୃଷ୍ଟି, ଭଙ୍ଗାରୁଜା, ପୋଲିସକୁ ଆକ୍ରମଣ ଘଟଣାରେ ଗିରଫ କରାଯାଇଛି । ୩ଟି ମାମଲାରେ ୮ ଜଣଙ୍କୁ ଗିରଫ କରିଛି ପୋଲିସ । ଅଭିଯୁକ୍ତଙ୍କ ବିରୋଧରେ ସଙ୍ଗୀନ ଦଫା ଲାଗିଛି । ବିନା ଅନୁମତିରେ ଶୋଭାଯାତ୍ରା କାଢିବା, ବେଆଇନ ଭାବେ ସହର ପରିକ୍ରମା କରି ଏକାଠି ହେବା , ପୋଲିସ ଉପରେ ଆକ୍ରମଣ ଭଳି ମାମଲା ହୋଇଛି । ଆଗକୁ କାର୍ଯ୍ୟାନୁଷ୍ଠାନ ଜୋରଦାର ହେବ କହିଛନ୍ତି କମିଶନରେଟ ପୋଲିସ । ଅନ୍ୟପଟେ କଟକ ଗଣ୍ଡଗୋଳକୁ ନେଇ ଆଇନ ମନ୍ତ୍ରୀଙ୍କ ପ୍ରତିକ୍ରିୟା । କହିଲେ , ଉଦବେଗଜନକ ସ୍ଥିତିରୁ ଧିରେ ଧିରେ ସାଧାରଣ ହେଉଛି ପରିସ୍ଥିତି । ପୁଲିସ ଯଥା ଯୋଗ୍ୟ ପଦକ୍ଷେପ ନେବା କଥା ନେଇଛନ୍ତି । ମୁଖ୍ୟମନ୍ତ୍ରୀ ମଧ୍ୟ ଶାନ୍ତି ପାଇଁ ଅପିଲ କରିଛନ୍ତି । ସରକାରଙ୍କ ତରଫରୁ ଅନୁରୋଧ କରାଯାଉଛି କି ଏଭଳି କିଛି ଘଟଣା ନଘଟୁ ଯାହାଦ୍ବାରା ଓଡିଶା କିମ୍ବା କଟକର ସମ୍ମାନରେ ଆଞ୍ଚ ଆସିବ ।
