କଟକ ହାଇକୋର୍ଟ ଆଗରେ ଜଳିଲା ଗାଡି: ଜଣେ ମହିଳା ଅଟକ 

ହାଇକୋର୍ଟ ପଛପଟ ପାଚେରୀକୁ ଲାଗି କାଳିଗଳିରେ ଅଗ୍ନିକାଣ୍ଡ ଘଟିଛି । ସ୍ପର୍ଶ କତାର ସ୍ଥାନରେ ତିନୋଟି ବାଇକ ଏବଂ ଏକ ସ୍କର୍ପିଓ କାରରେ ଅଗ୍ନିକାଣ୍ଡ ଘଟିଛି । ସ୍ଥାନୀୟ ଲୋକେ ଗାଡିର ନିଆଁ ଲିଭାଇବାକୁ ଉଦ୍ୟମ କରିଥିଲେ । ହେଲେ ଭୟରେ କେହି ପାଖକୁ ଯାଇନଥିଲେ । ଅଗ୍ନିଶମ ବିଭାଗର ଦୁଇଟି ଗାଡି ନିଆଁ ଲିଭାଇଥିଲେ ମଧ୍ୟ ୪ଟି ଗାଡି ସମ୍ପୁର୍ଣ୍ଣ ଜଳିଯାଇଛି । ହାଇକୋର୍ଟ ପଛପଟ ପାଚେରୀକୁ ଲାଗି କାଳିଗଳିରେ ଅଗ୍ନିକାଣ୍ଡ ଘଟିଛି । ସ୍ପର୍ଶ କତାର ସ୍ଥାନରେ ତିନୋଟି ବାଇକ ଏବଂ ଏକ ସ୍କର୍ପିଓ କାରରେ ଅଗ୍ନିକାଣ୍ଡ ଘଟିଛି । ସ୍ଥାନୀୟ ଲୋକେ ଗାଡିର ନିଆଁ ଲିଭାଇବାକୁ ଉଦ୍ୟମ କରିଥିଲେ । ହେଲେ ଭୟରେ କେହି ପାଖକୁ ଯାଇନଥିଲେ । ଅଗ୍ନିଶମ ବିଭାଗର ଦୁଇଟି ଗାଡି ନିଆଁ ଲିଭାଇଥିଲେ ମଧ୍ୟ ୪ଟି ଗାଡି ସମ୍ପୁର୍ଣ୍ଣ ଜଳିଯାଇଛି ।ଗାଡିରେ ନିଆଁ ଲଗାଇଥିଲେ ମହିଳା। ହାଇକୋର୍ଟ ସାମ୍ନାରେ ଗାଡ଼ିରେ ନିଆଁ ଲଗାଇଥିବା ମହିଳା ଜଣକ ଲାଲବାଗ ଥାନା ପୁଲିସ୍ ହାତରେ ଧରାପଡିଛନ୍ତି। ନିଆଁ ଲଗାଇଥିବା କଥାକୁ ମହିଳା ଜଣକ ସ୍ବୀକାର କରିଛନ୍ତି । କାହିଁକି ନିଆଁ ଲଗାଇଥିଲେ , ତାହା ବର୍ତ୍ତମାନ୍ ପର୍ଯ୍ୟନ୍ତ ଜଣାପଡିନାହିଁ। ପୁଲିସ୍ ପଚରାଉଚରା ଜାରି ରଖିଛି।