କଟକ SCB ଟ୍ରମା ଆଇସିୟୁ ଅଗ୍ନିକାଣ୍ଡ ଘଟଣାର କାରଣ ଖୋଜିଲେ ଫ୍ୟାକ୍ଟ ଫାଇଣ୍ଡିଙ୍ଗ ଟିମ୍
କଟକ SCB ଟ୍ରମା ଆଇସିୟୁ ଅଗ୍ନିକାଣ୍ଡ ଘଟଣାର କାରଣ ଖୋଜିଲେ ଫ୍ୟାକ୍ଟ ଫାଇଣ୍ଡିଙ୍ଗ ଟିମ୍ ।ଉନ୍ନୟନ କମିଶନର ଦେଓ ରଞ୍ଜନ କୁମାର ସିଂଙ୍କ ନେତୃତ୍ୱରେ ଏହି ଟିମ୍ ଆଜି ଏସସିବି ମେଡିକାଲ ପରିସରରେ ପହଞ୍ଚିଥିଲେ । ପ୍ରଥମେ ଟ୍ରମା ଆଇସିୟୁ ବୁଲି ଦେଖିବା ପରେ ଅନ୍ୟ ବିଭାଗ ଗୁଡିକର ନିରୀକ୍ଷଣ କରିଛି ଟିମ୍ । ଅଗ୍ନିଶମ ଆଇଜି ଉମାଶଙ୍କର ଦାସ କହିଛନ୍ତି, ତଦନ୍ତ ଚାଲିଛି, କିଛି କହିବାଟା ଠିକ୍ ହେବନାହିଁ ।ଗତକାଲି ୪ ଅଧିକାରୀଙ୍କ ବିରୋଧରେ ହୋଇଛି କାର୍ଯ୍ୟାନୁଷ୍ଟାନ। କାର୍ଯ୍ୟରେ ଅବହେଳା ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ୪ ଜଣଙ୍କୁ ନିଲମ୍ବନ କରାଯାଇଛି। ଉନ୍ନୟନ କମିଶନରଙ୍କ ତଦନ୍ତ ରିପୋର୍ଟ ଆଧାରରେ କାର୍ଯ୍ୟରେ ଅବହେଳା କରିଥିବା ଏହି ଅଧିକାରୀମାନଙ୍କୁ ସସ୍ପେଣ୍ଡ କରାଯାଇଛି ।
