କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କ ପରଲୋକ
ସବୁଦିନ ପାଇଁ ହଜି ଗଲେ ସ୍ବରର ଯାଦୁଗର ହ୍ୟୁମାନ ସାଗର । କିଛି ସମୟ ପୂର୍ବରୁ ଭୁବନେଶ୍ବର ଏମ୍ସରେ ତାଙ୍କର ପରଲୋକ ହୋଇ ଯାଇଛି।ଏକାଧିକ ରୋଗରେ ପୀଡ଼ିତ ଥିଲେ ହ୍ୟୁମାନ ସାଗର। ତାଙ୍କର ଅଙ୍ଗପ୍ରତ୍ୟଙ୍ଗ ମଧ୍ୟ ଅଚଳ ହୋଇଯାଇଥିଲା। ଶ୍ବାସକ୍ରିୟା ସମସ୍ୟା ଯୋଗୁଁ ଭେଣ୍ଟିଲେଟରରେ ରଖାଯାଇଥିଲା। ଗତ ୧୪ ତାରିଖରେ ତାଙ୍କୁ ଏମ୍ସରେ ଭର୍ତ୍ତି ହୋଇଥିଲେ ହ୍ୟୁମା ସାଗର। ମଲଟି ଅର୍ଗାନ୍ ଡିଫଙ୍କନ ସିଣ୍ଡ୍ରୋମ୍ ସହିତ ଗୁରୁତର ଲିଭର ସମସ୍ୟା, ନିମୋନିଆ ଓ ହୃଦରୋଗରେ ପୀଡ଼ିତ ଥିଲେ। ମୃତ୍ୟୁ ବେଳକୁ ତାଙ୍କୁ ୩୪ ବର୍ଷ ହୋଇଥିଲା । ତେବେ ଫିଲ୍ମ ଓ ଆଲବମରେ ଗାଇଥିବା ସୁପର ହିଟ ଗୀତ-ନିଶ୍ୱାସ ତୋ ବିନା, ତୋ ପ୍ରେମରେ ଆଜି ପାଗଳ ମୁଁ, ଗଜଲ ଗଜଲ, ଭିଜେଇ ଦେଇ ଯାଆ ଥରେ, ହାତ ଧରି ମୋର ଚାଲି ଶିଖେଇଲ ବାପା ବାପା, ସ୍ମାର୍ଟ ସିଟି ଝିଅଟା ଆସି ପିଟି ହେଲାରେ, ଆଧାର କାର୍ଡ଼ ଲିଙ୍କ ହେଲେ, ତୁ ଠକିଦେଲୁ, ତୁ ଠକିଦେଲୁ, ଟାଇମ ଗୋଟେ ଝିଅଟେ ତୁ କରିଲୁ ପାଗଳ, ମା ତୋ ବିନା ମୁ ରହି ପାରିବିନି, ତୁ ମେଘ ହେଇଯା ମତେ ସାଥେ ନେଇଯା। ଏମିତି ଶହ ଶହ ସୁପରହିଟ୍ ଗୀତ ସବୁ ୧୩ ବର୍ଷ ଧରି ଶ୍ରୋତାମାନଙ୍କୁ ଭେଟି ଦେଇଛନ୍ତି ହ୍ୟୁମାନ ।
