କଣ ଡାଇବେଟିସ ରୋଗୀ ଅଣ୍ଡା ଖାଇବା ଉଚିତ କି ? ସଠିକ କଥା ଜାଣନ୍ତୁ

ଆମେ ସମସ୍ତେ ଜାଣିଛେ ଅଣ୍ଡା ପ୍ରୋଟିନ ଏବଂ ଭିଟାମିନର ଏକ ପ୍ରମୁଖ ଉତ୍ସ । ସେଥି ପାଇଁ ବଡି ବିଲଡରଙ୍କୁ ସବୁବେଳେ ଅଣ୍ଡା ଖାଇବା ପାଇଁ ଉପଦେଶ ଦିଆଯାଇଥାଏ । ମସଲ ବନାଉଥିବା ବ୍ୟକ୍ତି ସବୁବେଳେ ଖାଦ୍ୟରେ ଅଣ୍ଡାକୁ ସାମିଲ କରିଥାନ୍ତି ।କିନ୍ତୁ କଣ ଅଣ୍ଡା ଖାଇବା ଦ୍ୱାରା ଡାଇବେଟିସ ରୋଗୀଙ୍କ ରୋଗ ଅଧିକ ବଢିଥାଏ ନାଁ କମିଥାଏ? ତେବେ ଆସନ୍ତୁ ଜାଣିବା ଏନେଇ ଏକ ରିପୋର୍ଟ ।

ଡାଇବେଟିସ ରୋଗୀଙ୍କୁ ଅଣ୍ଡା ଠାରୁ ଯଥା ସମ୍ଭବ ଦୂରେଇ ରହିବାକୁ କୁହାଯାଇଥାଏ । ମାତ୍ର ୟୁନାଇଟେଡ ଷ୍ଟେଟେଡ ଟିପାର୍ଟମେଣ୍ଟ ଅଫ ଏଗ୍ରିକଲଚର ଏକ ଅନୁସନ୍ଧାନରୁ ଜଣା ପଡିଛି ୧୦୦ ଗ୍ରାମ ଅଣ୍ଡାରେ ୧୨.୫୬ ଗ୍ରାମ ପ୍ରୋଟିନ ରହିଥାଏ । ଆଉ ବିଶେଷଜ୍ଞଙ୍କ କହିବା କଥା ଅଣ୍ଡା ହେଉଛି ପ୍ରୋଟିନର ସବୁଠାରୁ ଶସ୍ତା ମାଧ୍ୟମ । ତେଣୁ ତାଙ୍କ କହିବା କଥା ଅଣ୍ଡା ଖାଇବା ମଧୁମେହ ରୋଗୀଙ୍କ ପାଇଁ ଭଲ । କ୍କ୍‌ର ଏବଂ ବିଶେଷଜ୍ଞଙ୍କ କହିବା କଥା ଅଣ୍ଡାରେ କ୍ୟାଲୋରୀ ଅଧିକ ମାତ୍ରାରେ ରହିଥାଏ । ଫିନଲେଣ୍ଡ ୟୁନିଭରସିଟିର ଏକ ରିପୋର୍ଟ ଅନୁସାରେ ଅଣ୍ଡା ଖାଇବା ଦ୍ୱାରା ଟାଇପ ୨ ଡାଇବେଟିସ ହେବାର ଆଶଙ୍କା କମ ହୋଇଥାଏ । ମାତ୍ର ଡାଇବେଟିସ ରୋଗୀ ସପ୍ତାହକୁ ୩ ଟି ଅଣ୍ଡା ଖାଇ ପାରିବେ ବୋଲି କୁହାଯାଇଛି । ସିଝା ଅଣ୍ଡା ଖାଇଲେ ସବୁଠୁ ଭଲ ।