କଣ ପାଇଁ ବିଧବା ନାରୀ ଧଳା ରଙ୍ଗର ଶାଢ଼ୀ ପିନ୍ଧନ୍ତି ??

ଧଳା ଶାଢ଼ୀ ଶୁଦ୍ଧ ପଵିତ୍ରତାର ପ୍ରତୀକ। ସେଇଥିପାଇଁ ଧାର୍ମିକ ଅନୁଷ୍ଠାନ, ଶିକ୍ଷାନୁଷ୍ଠାନ ଇତ୍ୟାଦି ମାନଙ୍କରେ ମଧ୍ୟ ଧଳା ରଙ୍ଗର ପୋଷାକ ପିନ୍ଧନ୍ତି। ଆମ ଜାତୀୟ ପତାକାର ମଧ୍ୟବର୍ତ୍ତି ରଙ୍ଗ ମଧ୍ୟ ଧଳା, ଯାହାକି ପବିତ୍ରତାର ପ୍ରତୀକ ଅଟେ।

ସ୍ୱାମୀ ଚାଲିଯିବା ପରଠୁ ସେହି ନାରୀ ପବିତ୍ରତାକୁ ଅଧିକ ମାତ୍ରାରେ ଧାରଣ କରି ସେହି ଈଶ୍ୱରଙ୍କ ପାଇଁ ନିଜ ଜୀବନକୁ ଜୀଇଁ ଶେଷରେ ସେହି ଈଶ୍ୱରଙ୍କୁ ପାଇବା ଦିଗରେ ଅଗ୍ରସର ହୁଏ। ଧୀରେ ଧୀରେ ସାଂସାରିକ ମୋହମାୟାକୁ ତ୍ୟାଗ କରି ଆଧ୍ୟାତ୍ମିକତା ଆଡକୁ ଅଗ୍ରସର ହୋଇ ପୁରା ଭାବରେ ପବିତ୍ରତାର ଜୀବନ ବିତାଇବାର ସଂକଳ୍ପ ନିଏ।

ଧଳା ଶାଢ଼ୀ ପିନ୍ଧିବାର ଅର୍ଥ ଏଇଆ ନୁହେଁ ସେ ସମାଜରେ ତିରସ୍କୃତ ହୋଇଗଲା। ତିରସ୍କୃତ ନୁହେଁ ବରଂ ସମାଜର ପବିତ୍ରତା କୁ ଅଧିକ ମାତ୍ରାରେ ଧାରଣ କଲା।