କଦଳୀ ଗଛର ତନ୍ତୁ ବା କଦଳୀ ପାଟୁଙ୍ଗାରୁ ସାନିଟାରି ପ୍ୟାଡ୍‌ ତିଆରି ହେଉଛି। ତା’ ପୁଣି ରିୟୁଜେବ୍‌ଲ।

କଦଳୀ ଗଛର ତନ୍ତୁ ବା କଦଳୀ ପାଟୁଙ୍ଗାରୁ ସାନିଟାରି ପ୍ୟାଡ୍‌ ତିଆରି ହେଉଛି। ତା’ ପୁଣି ରିୟୁଜେବ୍‌ଲ। ଅର୍ଥାତ୍‌ ଏକାଧିକ ଥର ବ୍ୟବହାର କରି ହେବ। ଅତିକମ୍‌ରେ ୩ରୁ ୪ ବର୍ଷ ଯାଏ ଏହି ପ୍ୟାଡ୍‌ ବ୍ୟବହାର କରିହେବ। ‘ସୌଖ୍ୟମ୍‌ ରି-ୟୁଜେବଲ ପ୍ୟାଡ୍‌ସ’ ଅଭିଯାନରେ ମାତା ଅମୃତାନନ୍ଦମୟୀ ମଠ ପକ୍ଷରୁ ଏହି ପ୍ୟାଡ୍‌ ତିଆରି କରାଯାଉଛି। ଜୀବନକାଳରେ ଋତୁସ୍ରାବ ବେଳେ ହାରାହାରି ୧୦-୧୫ ହଜାରର ସାନିଟାରି ପ୍ୟାଡ୍‌ର ବ୍ୟବହାର କରନ୍ତି। ଏଥିରେ ଥିବା ଉପାଦାନ ଯୋଗୁଁ ଆବର୍ଜନାର ଏଭଳି ପାହାଡ଼ ତିଆରି ହେଉଛି ଯାହା ସମ୍ପୂର୍ଣ୍ଣ ବିଘଟିତ ହେବା ପାଇଁ ଅନ୍ୟୁନ ୫୦୦ରୁ ୮୦୦ ବର୍ଷ ଲାଗିଥାଏ। ଯାହାକୁ ପରିଚାଳନା କରିବା ୪୦ ହଜାର ପ୍ଲାଷ୍ଟିକ ବ୍ୟାଗର ପରିଚାଳନା ଭଳି କଷ୍ଟକର ଅଟେ ବୋଲି କହିଛନ୍ତି ‘ସୌଖ୍ୟମ’ର ପରିଚାଳନା ନିର୍ଦେଶକ ତଥା ପ୍ୟାଡ୍‌ ମହିଳା ଭାବରେ ପରିଚିତ ଅଞ୍ଜୁ ବିଷ୍ଟ।

ସାଧାରଣତଃ ଡିସ୍‌ପୋଜେବଲ ପ୍ୟାଡ୍‌ କିଣିବାକୁ ଜଣେ ମହିଳା ମାସକୁ ୪୦ରୁ ୧୦୦ ଟଙ୍କା ପର୍ଯ୍ୟନ୍ତ ଖର୍ଚ୍ଚ କରିଥାନ୍ତି। ଅର୍ଥାତ୍‌ ସାନିଟାରି ପ୍ୟାଡ ପାଇଁ ଜୀବନକାଳ ଭିତରେ ଜଣେ ମହିଳାଙ୍କୁ ପାଖାପାଖି ୪୦-୫୦ ହଜାର ଟଙ୍କା ଖର୍ଚ୍ଚ କରିବାକୁ ପଡ଼େ। ମାତ୍ର ୩୫୦ ଟଙ୍କାରେ ଉପଲବ୍ଧ କଦଳୀ ପାଟୁଙ୍ଗାରେ ତିଆରି ହେଉଥିବା ସୌଖ୍ୟମ୍‌ ରିୟୁଜେବଲ ସାନିଟାରି ପ୍ୟାଡ ସେଟ୍‌କୁ ଜଣେ ୩ରୁ ୪ ବର୍ଷ ବ୍ୟବହାର କରିପାରିବ। ଏବେ ଓଡ଼ିଶାରେ ବି କଦଳୀ ପାଟୁଙ୍ଗାରୁ ପ୍ୟାଡ୍‌ ତିଆରି କରିବା ପାଇଁ ସୌଖ୍ୟମ୍‌ ନିଷ୍ପତ୍ତି ନେଇଥିବା ଅଞ୍ଜୁ ବିଷ୍ଟ କହିଛନ୍ତି।