କନକଗିରି ପୀଠ ଏକ ସିଦ୍ଧ ପୀଠ ଭାବରେ ଖ୍ୟାତ, ଏହାର ମାହାତ୍ମ୍ୟ କଥା ଜାଣନ୍ତୁ।

କନକଗିରି ନାମକ ଏକ ବିରାଟ ପର୍ବତ ଗତ୍ରରେ ଅବସ୍ଥିତ ।କନକାଗିରି ପୀଠ ଏକ ସିଦ୍ଧ ପୀଠ ଭାବରେ ଖ୍ୟାତ।ଏହି ମଠ ହେଉଛି ପୁରୀ ସାତ ଲହଡ଼ି ମଠ ର ଶାଖା ମଠ ।କୁହାଯାଏ ପଞ୍ଚ ଶାଖା ଯୁଗର ଅତିବଡ଼ି ଜଗନ୍ନାଥ ଦାସଙ୍କର ଗୁରୁ ଶ୍ରୀ ଗୋବର୍ଦ୍ଧନ ଦାସ ଙ୍କର ଏ ପାହାଡ଼ ଥିଲା ସାଧନା ପୀଠ ଏହିଠାରେ ଥିବା ତେଲିଆପଡ଼ା ମଠ ହେଉଛି ଜଗନ୍ନାଥ ଦାସଙ୍କ ଦ୍ଵାରା ସ୍ଥାପିତ ।

ଜଗନ୍ନାଥ ଦାସ କିଛି ଦିନ ପାଇଁ ଏହି ପାହାଡ଼ରେ ସାଧନା କରିଥିଲେ ବୋଲି ଜନଶ୍ରୁତି ରହିଛି ।ତାଙ୍କର ଶିଷ୍ୟ ସିଦ୍ଧ ହରିଦାସ ତାଙ୍କର ସାଧନା ବଳରେ ଏହି ପାହାଡ଼ ର ଶିଖରରେ ଥିବା ଗୋଟିଏ ଖୋଲ ରୁ ପାଣି ବାହାର କରୁଥିଲେ ।ଏଠାରେ ଜଗନ୍ନାଥ ଙ୍କ ର ଏକ ମୂର୍ତ୍ତି ଥିଲା ।ଜମିଦାରୀ ଶାସନ କାଳରେ ଡାଲି ଯୋଡ଼ା ର ଜମିଦାର ଶ୍ରୀ ହିରେନ୍ଦ୍ର ନାଥ ମଣ୍ଡଳ ଏହାକୁ ସେଠାରୁ ଆଣି ନିଜ ଘରେ ରଖି ପ୍ରତି ବର୍ଷ ରଥଯାତ୍ରା ଉତ୍ସବ ପାଳନ କରନ୍ତି। ନିମେଇସା ପୁର ଗ୍ରାମର ଗିରିଧାରୀ ଷଡ଼ଙ୍ଗୀ ନାମକ ଜଣେ ପୂଜକ ଗାଁ ଛାଡି ସେହି ପାହାଡ଼ରେ ରହୁଥିଲେ ।ଗିରିଧାରୀ ଙ୍କ ପାଖକୁ ବାଘ ବାଘୁଣୀ ଙ୍କ ଆସିବା ଏବଂ ପ୍ରସାଦ ଖାଇବାର ଅନେକ ଲୋକ ଦେଖିଛନ୍ତି ।

ସେ ସେଠାରେ ୩ବର୍ଷରେ ଥରେ ଯଜ୍ଞ କରନ୍ତି ।ଥରେ ରାତିରେ ଯଜ୍ଞ ପରେ ମଘମସରେ କେତେକ ଲୋକଙ୍କ ସହ ସୋଇଥିଲେ ।ହଠାତ୍ ରାତି ୨ଟା ବେଳକୁ ଭୀଷଣ ବାଘ ଗର୍ଜନ ଶୁଭିଲା ଗିରିଧାରୀ ଷଡ଼ଙ୍ଗୀ ଉଥି ଜାଣିପାରିଲେ ଯେ ଆଜି ବାଘ କୁ ଖାଇବାକୁ ଦେଇନାହାନ୍ତି।ତାପରେ ଘିଅ ଦୀପ ଜାଳି ଅନ୍ନନେଇ କିଛି ଦୂରରେ ରଖିଲେ ବାଘୁଣୀ ଟି ଖାଇସାରି ଚାଲିଗଲା।ଏସବୁ ଅତି ରଂଜିତ ନୁହେଁ ବରଂ ନିରାଟ ସତ୍ୟ ଘଟଣା।ପାହାଡ଼ରେ ୭୫୨T ଟି ଗୁମ୍ଫା ଲୁକାୟିତ ଅଛି।ପାହାଡ଼ର ଶୀର୍ଷ ଦେଶରେ ଏକ ଛୋଟ କୁପ ୩ଫୁଟ ଗଡ ଅଛି।ଆଶ୍ଚର୍ଯ୍ୟର କଥାଯେ ଭୀଷଣ ଖରାଦିନେ ମଧ୍ୟ ଏହା ସୁଖେ ନାହିଁ ।

କଟକ ର ଜଣେ ସାଧିକା ମା ଏକାକିନୀ ଏହି ପାହାଡ଼ ଗୁମ୍ଫା ରେ ରହି ସାଧନା କରି ପାଦୁକା ବଳରେ ସମସ୍ତ ରୋଗ ଭଲ କରିଦେଉଥିଲେ । ପରବର୍ତ୍ତୀ ସମୟରେ ତାଙ୍କ ଶିଷ୍ୟ ଧ୍ରୁବଚରଣ ଷଡ଼ଙ୍ଗୀ ଏହି ପାହାଡ଼ ମଧ୍ୟସ୍ଥ ମା ଙ୍କ ସାଧନା ସ୍ଥଳୀ ଯାଏ ପାବଛ ମାନ ନିର୍ମାଣ କରାଇ ବିଦ୍ୟୁତ୍ ସଂଯୋଗ କରିବା ସହ ନିଜେ ପାଦୁକା ପ୍ରଦାନ କରି ବିଭିନ୍ନ ରୋଗ ଭଲ କରିଦେଉଥିଲେ।ବୌଦ୍ଧ ଧର୍ମର ବିକାଶ ସମୟରେ ଏଥିରେ ଥିବା ଗୁମ୍ଫା ମାନ ବୌଦ୍ଧ ସନ୍ୟାସୀ ମାନେ ରହି ଯୋଗ ସାଧନା କରୁଥିଲେ