କମର୍ସିଆଲ ସିଲିଣ୍ଡରର ମୂଲ୍ୟ ୧୦ଟଙ୍କା ହ୍ରାସ 

ଡିସେମ୍ବର ୧ରେ ଭାରତରେ ଅନେକ ପରିବର୍ତ୍ତନ ଆସିଥିଲା। ଏହି ପରିବର୍ତ୍ତନଗୁଡ଼ିକ ମଧ୍ୟରୁ ଗୋଟିଏ ହେଉଛି ଏଲପିଜି ସିଲିଣ୍ଡରର ମୂଲ୍ୟ। ଘରୋଇ ସିଲିଣ୍ଡରର ମୂଲ୍ୟରେ କୌଣସି ହ୍ରାସ ହୋଇନଥିବା ରିପୋର୍ଟ କରାଯାଇଛି। ଏଲ୍‌ପିଜି ଓ କମର୍ସିଆଲ୍ ସିଲିଣ୍ଡର ଦରରେ ପରିବର୍ତ୍ତନ| ୧୯ କେଜି କମର୍ସିଆଲ୍‌ ଏଲ୍‌ପିଜି ସିଲିଣ୍ଡର ୧୦ ଟଙ୍କା କମ କରାଯାଇଛି, ଯାହା ଜନସାଧାରଣଙ୍କୁ ଆଶ୍ୱସ୍ତି ଦେବ ବୋଲି ଆଶା କରାଯାଉଛି।ରାଷ୍ଟ୍ରାୟତ୍ତ ଇଣ୍ଡିଆନ ଅଏଲ କର୍ପୋରେସନ (ଆଇଓସି), ଭାରତ ପେଟ୍ରୋଲିୟମ କର୍ପୋରେସନ ଲିମିଟେଡ (ବିପିସିଏଲ) ଏବଂ ହିନ୍ଦୁସ୍ତାନ ପେଟ୍ରୋଲିୟମ କର୍ପୋରେସନ ଲିମିଟେଡ (ଏଚପିସିଏଲ) ପ୍ରତ୍ୟେକ ମାସର ପ୍ରଥମ ଦିନରେ ବେଞ୍ଚମାର୍କ ଆନ୍ତର୍ଜାତୀୟ ଇନ୍ଧନର ହାରାହାରି ମୂଲ୍ୟ ଏବଂ ବିଦେଶୀ ମୁଦ୍ରା ବିନିମୟ ହାର ଆଧାରରେ ATF ଏବଂ LPG ମୂଲ୍ୟ ସଂଶୋଧନ କରନ୍ତି।