କରୁଣାକର କିସ୍କୋ ୟୁଟ୍ୟୁବର ଭାବେ ଦିନରେ ଭିଡ଼ିଓ !ରାତି ହେଲେ ବିକ୍ରି କରୁଥିଲେ ଦେଶୀ ମଦ

ଦେଶୀ ମଦ ବିକ୍ରି ଅଭିଯୋଗରେ ଧରାପଡ଼ିଲେ ୟୁଟ୍ୟୁବର। କରୁଣାକର କିସ୍କୋ ୟୁଟ୍ୟୁବର ଭାବେ ଦିନରେ ଭିଡ଼ିଓ କରେ ରାତି ହେଲେ ବିକ୍ରି କରୁଥିଲେ ଦେଶୀ ମଦ | ବେଡ଼ରୁମରେ ବିଛାଇଥିଲା ନୀଳ ରଙ୍ଗର କାରପେଟ |କାରପେଟ ତଳେ ଥିଲା ସିକ୍ରେଟ ଚାମ୍ବର। ଆଉ ଏହି ଚାମ୍ବରରେ ପ୍ରସ୍ତୁତ ହେଉଥିଲା ଦେଶୀ ମଦ। ମଙ୍ଗଳବାର ଚଢାଉ ବେଳେ ୨୦୦୦ ଲିଟର ମଦ ସହ ଦେଶୀ ପୋଚ ଜବତ କରି କରୁଣାକର କିସ୍କୋ କୁ ଗିରଫ କରିଛି ଭୁବନେଶ୍ୱର ଅବକାରୀ ଥାନା ପୋଲିସ। ବର୍ଷ ବର୍ଷ ଧରି ସିକ୍ରେଟ ରୁମରେ ପ୍ରସ୍ତୁତ ହେଉଥିଲା ଦେଶୀ ମଦ ।ମୈତ୍ରୀ ବିହାର ସ୍ଥିତ ବୀରବାସା ବସ୍ତିରେ ଏହି ସିକ୍ରେଟ ଚାମ୍ବରକୁ ଠାବ କରିଛି ଅବକାରୀ ଟିମ୍। ରାଜଧାନୀର ବସ୍ତି ଭିତରେ ଗଳି ଗଳିରେ ପ୍ରସ୍ତୁତ ହେଉଛି ଦେଶୀ ମଦ। ଅବକାରୀ ବିଭାଗ ଡ଼ାଳେ ଡାଳେ ଗଲେ ମଦ ମାଫିଆ ପତ୍ରେ ପତ୍ରେ ଯାଉଛନ୍ତି । ଦିନକୁ ଦିନ ବଢ଼ି ଚାଲିଛି ମଦ ମାଫିଆଙ୍କ ରାଜ। କେତେବେଳେ କେଉଁ ଉପାୟରେ ସେମାନେ ନିଜର ସାମ୍ରାଜ୍ୟ ବିସ୍ତାର କରୁଛନ୍ତି, ତାହା କେବଳ ସେମାନଙ୍କୁ ହିଁ ଜଣା।ବର୍ତ୍ତମାନ ସମୟରେ ସାଧାରଣ ଲୋକଙ୍କ ପାଇଁ ୟୁଟ୍ୟୁବ ରୋଜଗାରର ଏକ ମାଧ୍ୟମ ପାଲଟିଛି। ସମସ୍ତେ ଚାହାନ୍ତି ଟଙ୍କା ରୋଜଗାର ପାଇଁ ଠିକ ଏମିତି କିଛି ଉପାୟରେ ରୋଜଗାର କରୁଥିଲେ କରୁଣାକର। ହେଲେ ମଣିଷର ଲୋଭ ତାକୁ ବିପଦରେ ପକାଇଥାଏ। ଦିନରେ ୟୁଟ୍ୟୁବ ଭିଡିଓ ବନାନ୍ତି ଏବଂ ରାତିରେ ହେଲେ ଦେଶୀ ମଦ ବିକ୍ରି ପରି କାଣ୍ଡ କରନ୍ତି।