କରୋନା ଟିକା କୋଭାକ୍ସିନର ରହିଛି ପାଶ୍ୱର୍ପ୍ରତିକ୍ରିୟା

କରୋନା ମହାମାରୀରୁ ରକ୍ଷା ପାଇବା ପାଇଁ ସାରା ଦେଶରେ ଲୋକମାନେ କରୋନା ଟୀକା ନେଇଥିଲେ, କିନ୍ତୁ ନିକଟରେ ଯେତେବେଳେ ଲୋକମାନେ କୋଭିସିଲ୍ଡ ଟିକାର ପାର୍ଶ୍ୱ ପ୍ରତିକ୍ରିୟା ବିଷୟରେ ଜାଣିବାକୁ ପାଇଲେ, ସେତେବେଳେ ଲୋକମାନଙ୍କର ଚିନ୍ତା ବଢିଯାଇଥିଲା । ଏବେ କୋଭାକ୍ସିନର କେତେକ ପାର୍ଶ୍ବପ୍ରତିକ୍ରିୟା ସଂପର୍କରେ ଜଣାପଡ଼ିଛି । ଭ୍ୟାକ୍ସିନର ସାଇଡ ଇଫେକ୍ଟ ଜାଣିବା ପାଇଁ ୬୩୫ ଜଣ ଯୁବକ ଯୁବତୀ ଓ ୩୯୧ ଜଣ ବୟସ୍କଙ୍କୁ ନେଇ ଏକ ବର୍ଷ ପର୍ଯ୍ୟନ୍ତ ଅଧ୍ୟୟନ କରାଯାଇଥିଲା । ତେବେ ଏହି ଅଧ୍ୟୟନରୁ ସାଂଘାତିକ ତଥ୍ୟ ସାମ୍ନାକୁ ଆସିଛି । ୪୮ ପ୍ରତିଶତଙ୍କ ଠାରେ ‘ଭାଇରାଲ ଅପର ରେସପୋରେଟ୍ରି’ ସଂକ୍ରମଣ ଦେଖାଦେଇଛି ।

ଯେଉଁଥିରେ ୪୨.୬ ପ୍ରତିଶତ ଯୁବକ ଯୁବତୀ ରହିଛନ୍ତି । ସେହିପରି ୧୦.୨ ପ୍ରତିଶତଙ୍କଠାରେ ଜେନେରାଲ ଡିସଅର୍ଡର ଦେଖିବାକୁ ମିଳିଛି । ୪.୭ ପ୍ରତିଶତଙ୍କଠାରେ ନାଡ଼ି ସମସ୍ୟା ଦେଖାଦେଇଛି । ୮.୯ ପ୍ରତିଶତଙ୍କଠାରେ ସାଧାରଣ ସମସ୍ୟା ଦେଖାଦେଇଛି । ୫.୮ ପ୍ରତିଶତ ଲୋକଙ୍କଠାରେ ମାଂସପେଶୀ ଜନିତ ସମସ୍ୟା ଦେଖାଦେଇଛି । ୪.୬ ପ୍ରତିଶତ ଯୁବତୀଙ୍କଠାରେ ରୁତୁସ୍ରାବ ଜନିତ ସମସ୍ୟା ଦେଖିବାକୁ ମିଳିଛି । ୨.୭ ପ୍ରତିଶତ ଯୁବତୀ ଆଖି ସମସ୍ୟା ଓ ୦.୬ ପ୍ରତିଶତଙ୍କଠାରେ ହାଇପର ଟେନସନ ସମସ୍ୟା ଦେଖିବାକୁ ମଳିଛି । ଏହି ଟିକା ନେବା ପରେ ମହିଳାଙ୍କଠାରେ ଥାଇରଏଡ ସମସ୍ୟା ମଧ୍ୟ ଦେଖାଦେଇଥିବା ରିପୋର୍ଟରେ ପ୍ରକାଶ ପାଇଛି ।