କର୍କଟ ଔଷଧ ଉପରେ ପୂର୍ବରୁ ଥିବା ୧୨% ଜିଏସ୍‌ଟିକୁ ୫%କୁ ହ୍ରାସ

ଶସ୍ତା ହେବ କ୍ୟାନସର ଔଷଧ। କ୍ୟାନସର ଚିକିତ୍ସା ପାଇଁ ବ୍ୟବହାର ହେଉଥିବା ଔଷଧ ଉପରେ ଜିଏସଟି ୧୨ ପ୍ରତିଶତରୁ ୫ ପ୍ରତିଶତକୁ କରିଦିଆଯାଇଛି। କର୍କଟ ଔଷଧ ଉପରେ ପୂର୍ବରୁ ଥିବା ୧୨% ଜିଏସ୍‌ଟିକୁ ୫%କୁ ହ୍ରାସ କରାଯାଇଛି। ସେହିପରି ଲୁଣିଆ ଖାଦ୍ୟ ପଦାର୍ଥ (ନମ୍‌କିନ୍‌) ଉପରୁ ମଧ୍ୟ ୧୮% ଜିଏସ୍‌ଟିକୁ ୧୨%କୁ କମାଯାଇଛି। ଏଥିସହ ସ୍ବାସ୍ଥ୍ୟ ଓ ଜୀବନ ବୀମା ଉପରୁ ଜିଏସ୍‌ଟି ପ୍ରତ୍ୟାହାର ନେଇ ବହୁ ଦାବି ହେଉଥିବାବେଳେ ଏନେଇ ସୁପାରିଶ କରିବାକୁ କେତେକ ମନ୍ତ୍ରୀଙ୍କୁ ନେଇ ଏକ ଗୋଷ୍ଠୀ ମଧ୍ୟ କରାଯାଇଛି।

ଅକ୍ଟୋବର ଶେଷ ସୁଦ୍ଧା ଏହି ଗୋଷ୍ଠୀ ରିପୋର୍ଟ ଦେବା ପରେ ପରବର୍ତ୍ତୀ ନିଷ୍ପତ୍ତି ନିଆଯିବ ବୋଲି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସୂଚନା ଦେଇଛନ୍ତି। କାର୍ ସିଟ୍ ଉପରେ ଜିଏସ୍ ଟି ୧୮ ପ୍ରତିଶତରୁ ୨୮ ପ୍ରତିଶତକୁ ବୃଦ୍ଧି କରାଯାଇଛି । ସେହିପରି ହେଲିକପ୍ଟର ଯୋଗେ ତୀର୍ଥଯାତ୍ରା ମଧ୍ୟ ଶସ୍ତା ହେବ । ହେଲିକପ୍ଟର ମାଧ୍ୟମରେ ତୀର୍ଥଯାତ୍ରା ଉପରେ ଜିଏସଟି ୧୮ ପ୍ରତିଶତରୁ ୫ ପ୍ରତିଶତକୁ ହ୍ରାସ କରିବା ଦାବିକୁ ଜିଏସଟି କାଉନସିଲ ଗ୍ରହଣ କରିଛି ।୨ ହଜାରରୁ କମ୍ କାରବାର ପାଇଁ ପେମେଣ୍ଟ ଏଗ୍ରିଗେଟର ଉପରେ ୧୮ ପ୍ରତିଶତ ଜିଏସ୍‌ଟି ଲାଗୁ କରିବାକୁ ପ୍ରସ୍ତାବ ଅଧିକ ସମୀକ୍ଷା ପାଇଁ ଫିଟମେଣ୍ଟ କମିଟିକୁ ପଠାଯାଇଛି।