କର୍ଣ୍ଣାଟକରୁ ବରଗଡ଼ ଜିଲ୍ଲାକୁ ଆସିଥିବା କଫ୍ ସିରପ୍ ସିଜ୍, ରାଜ୍ୟବାସୀ ପ୍ୟାନିକ ହୁଅନ୍ତୁ ନାହିଁ
କର୍ଣ୍ଣାଟକରୁ ଓଡ଼ିଶା ସହ ୪ରାଜ୍ୟକୁ ଆସିଥିଲା ଏହି କଫ ସିରଫ। ବରଗଡ଼ ଜିଲ୍ଲାକୁ ୧୩୦ଟି କଫ ସିରଫ ଆସିଥିଲା। ତାକୁ ଡ୍ରକ୍ସ କଣ୍ଟ୍ରୋଲ ବିଭାଗ ତରଫରୁ ସିଜ୍ କରିବା ସହ ଲ୍ୟାବକୁ ପଠାଯାଇଛି । କୌଣସି ରିଟେଲର ପାଖାକୁ ଏହା ଯାଇନି। ରାଜ୍ୟବାସୀ ପ୍ୟାନିକ ହୁଅନ୍ତୁ ନାହିଁ ।ମଧ୍ୟପ୍ରଦେଶ ଘଟଣା ପରେ କେନ୍ଦ୍ର ସରକାରଙ୍କ ସତର୍କତାମୂଳକ ଆଡ଼ଭାଇଜରି ଜାରି କରିଛନ୍ତି । ୨ ବର୍ଷରୁ କମ୍ ପିଲାଙ୍କୁ କଫ୍ ସିରପ୍ ସମ୍ପୂର୍ଣ୍ଣ ବ୍ୟାନ୍ କରାଯାଇନାହିଁ । ଡାକ୍ତରଙ୍କ ପରାମର୍ଶ ନେଇ ଦେଇପାରିବେ । ବରଗଡ଼କୁ ଆସିଥିବା ୧୩୦ କଫ୍ ସିରପ୍ ଜବତ ପରେ ରାଜ୍ୟର ସମସ୍ତ ଡ୍ରଗିଷ୍ଟ, କେମିଷ୍ଟ ଆସୋସିଏସନ ଓ ରିଟେଲରଙ୍କୁ ଚେତବନୀ ଦେବା ସହ ସର୍କୁଲାର ଜାରି କରାଯାଇଛି । ଲୋକଲ ମ୍ୟାନୁଫେକଚର କମ୍ପାନୀଙ୍କ ସହ ବୈଠକ କରାଯାଇଛି । ସମସ୍ତଙ୍କୁ ସତର୍କ ରହିବାକୁ କୁହାଯାଇଛି ।ଏହାସହ ଟାକ୍ସ ଫୋର୍ସ ସହାୟତାରେ ଚଢାଉ ଜାରି ରହିଛି । ଆଗକୁ ରହିବ ବୋଲି ଭେଷଜ ନିୟନ୍ତ୍ରକ କହିଛନ୍ତି ।
