କର୍ତ୍ତବ୍ୟରେ ଅବହେଳା, ୩ ବନ କର୍ମଚାରୀ ସସପେଣ୍ଡ

କେନ୍ଦୁଝର ଜଙ୍ଗଲର ନିଆଁ ସାରା ରାଜ୍ୟରେ ରେକର୍ଡ ସୃଷ୍ଟି କରିଛି । ଜିଲ୍ଲାର ମୋଟ ୪୫୨ଟି ସ୍ଥାନର ୫୬୦୪ ହେକ୍ଟର ଅଞ୍ଚଳରେ ନିଆଁ ଲାଗିଛି । ନିଆଁକୁ ନିୟନ୍ତ୍ରଣ କରିବାରେ ବନବିଭାଗ ଅସମର୍ଥ ହୋଇଥିବାବେଳେ ଏଥିପାଇଁ ବନବିଭାଗ କର୍ମଚାରୀଙ୍କ ଦାୟିତ୍ୱହୀନତା ଦାୟୀ ବୋଲି ବନବିଭାଗ ସ୍ୱୀକାର କରିଛି । ଫଳରେ କେନ୍ଦୁଝର ଡିଏଫଓ ୩ ଜଣ ବନକର୍ମଚାରୀଙ୍କୁ ନିଲମ୍ବନ କରିଛନ୍ତି ।ଘଟଗାଁ ଫରେଷ୍ଟର ପ୍ରମୋଦ ବେହେରା ଏବଂ ବିଶ୍ୱରଞ୍ଜନ ମିଶ୍ରଙ୍କୁ ନିଲମ୍ବନ କରିଥିବାବେଳେ ସରକାରୀ କାର୍ଯ୍ୟ ସମୟରେ ନିଶାସେବନ ଏବଂ କାର୍ଯ୍ୟରେ ଅବହେଳା ପାଇଁ ପାଟଣା ଫରେଷ୍ଟ ଗାର୍ଡ ହୃଦାନନ୍ଦ ମହାନ୍ତିଙ୍କୁ ନିଲମ୍ବନ କରିଛନ୍ତି ଡି ଏଫ୍ଓ । ସମସ୍ତ ନିଲମ୍ବିତ କର୍ମଚାରୀ ଜିଲା ମୁଖ୍ୟାଳୟରେ ଯୋଗ ଦେବାକୁ ଆଦେଶ ଦେଇଛନ୍ତି । ଏଥିସହ ଗତକାଲି ଏକ ରିପୋର୍ଟରୁ ଜଣାପଡିଥିଲା ଯେ, ଗ୍ରୀଷ୍ମ ଋତୁ ଆରମ୍ଭ ନହେଉଣୁ ଡରାଇଲାଣି ଜଙ୍ଗଲ ନିଆଁ ଭୟ । ନିଆଁ ଆୟତ୍ତ କରିବା ପାଇଁ ନାକେଦମ ହେଲେଣି ବନବିଭାଗ କର୍ମଚାରୀ । ନୟାଗଡ଼ ଜିଲ୍ଲା ଦଶପଲ୍ଲା ବନାଞ୍ଚଳ ଅଧିନ ଟାକରା ଫରେଷ୍ଟ ସେକ୍ସନର ବିଭିନ୍ନ ସ୍ଥାନରେ ହୁତୁହୁତୁ ହୋଇ ଜଳୁଛି ନିଆଁ । ଦିନରାତି ବିଭିନ୍ନ ସ୍ଥାନରେ ପାଟ୍ରୋଲିଂ କରି ନିଆଁ ଆୟତ୍ତ କରିବାରେ ଲାଗି ପଡିଛନ୍ତି ସ୍ଥାନୀୟ ବନ କର୍ମଚାରୀ । ଜଙ୍ଗଲ ନିଆଁକୁ ରୋକିବା ରାଜ୍ୟ ସରକାର ବଡ଼ ପଦକ୍ଷେପ ନେଉଛନ୍ତି। ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଣ ରାମସିଂ ଖୁଣ୍ଟିଆ କହିଲେ ମୁଁ ନିଜେ ମନିଟରିଂ କରୁଛି । ୫୧ ଟି ସବ ଡିଭିଜନ ଉପରେ ସ୍ୱତନ୍ତ୍ର ନଜର ରଖା ଯାଇଛି । ଡ଼ିଏଫଓ ମାନଙ୍କ ସହ ରେଗୁଲାର ବୈଠକ ନିଆଯାଉଛି । ସହର କୁ ଲାଗିକିଥିବା ଜଙ୍ଗଲ ଗୁଡିକ ରେ ନିଆଁ ଲୋକେ ଲଗେଇ ଦେଉଛନ୍ତି। ବିଗତ ଦୁଇ ବର୍ଷ ମଧ୍ୟରେ ତଥ୍ୟ କହୁଛି non forest ଅଞ୍ଚଳରେ ଅଧିକ ନିଆଁ ଲାଗୁଛି । ଲୋକଙ୍କ ମଧ୍ୟରେ ସଚେତନତା ଅଭାବରୁ ଓ ମହୁଲ ଫୁଲ ସଂଗ୍ରହ ପାଇଁ ଲୋକେ ନିଆଁ ଲଗାଇ ଦେଉଛନ୍ତି । ଆଭ୍ୟନ୍ତରୀଣ ଜଙ୍ଗଲରେ ନିଆଁ ବହୁତ କମ ଲାଗୁଛି । ତଥାପି ବିଭାଗ ତୀକ୍ଷଣ ନଜର ରଖିଛି ଜଙ୍ଗଲ ନିଆଁ ଉପରେ । ଜଙ୍ଗଲ ନିଆଁ ରୋକିବାକୁ ପଦକ୍ଷେପ ନିଆଯାଉଛି ।