କଲେଜରେ ବିଶ୍ୱ ପ୍ରାଥମିକ ଚିକିତ୍ସା ଦିବସ ପାଇଁ ସଚେତନତା
ଗଣିଆ – କୌଣସି ଶାରୀରିକ ସମସ୍ୟା କ୍ଷେତ୍ରରେ ପ୍ରକୃତ ଡାକ୍ତରୀ ଚିକିତ୍ସା ଆରମ୍ଭ କରାଯିବା ପୂର୍ବରୁ ପ୍ରାଥମିକ ଚିକିତ୍ସା ବା ଫାଷ୍ଟ ଏଡ୍ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ସାବ୍ୟସ୍ତ ହୋଇଥାଏ। ପ୍ରାଥମିକ ଚିକିତ୍ସା ଜୀବନ ବଞ୍ଚାଇଥାଏ। ଏଇ ଅବସରରେ ଗଣିଆ ସ୍ଥିତ ରଘୁନାଥ ଜୀଉ ସ୍ନାତକ ମହାବିଦ୍ୟାଳୟରେ ମହାବିଦ୍ୟାଳୟର ଅଧକ୍ଷ ଲଷ୍ମୀକାନ୍ତ ପଣ୍ଡାଙ୍କ ସଭାପତିତ୍ୱ ରେ ରାଜନୀତି ବିଜ୍ଞାନର ମୁଖ୍ୟ ଅଖିଳ କୁମାର ହୋତା , ଇତିହାସ ବିଭାଗରମୁଖ୍ୟ ଅଶୋକ କୁମାର ମିଶ୍ର, ଇଂରାଜୀ ବିଭାଗର ଅଧ୍ୟାପକ ଶ୍ରୀକାନ୍ତ କୁମାର ଷଡ଼ଙ୍ଗୀ , ଓଡ଼ିଆ ବିଭାଗର ମୁଖ୍ୟ ଶର୍ମିଲା ଦାଶ, ଓଡ଼ିଆ ବିଭାଗର ଅଧ୍ୟାପକ ଭଗବାନ ପୃଷ୍ଟି ଯୋଗଦେଇ ଥିଲେ । ମହାବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କୁ ନେଇ ଗଣିଆ ବଜ଼ାରରେ ଏଇ ଦିବସ ସମ୍ପର୍କରେ ସଚେତନ କରିଥିଲେ ।

ଆମ ଦେଶରେ ପ୍ରତି ବର୍ଷ ହାରାହାରି ୧୩.୪ ଲକ୍ଷ ଲୋକଙ୍କର ଦୁର୍ଘଟଣା ସମୟରେ ପ୍ରାଥମିକ ଚିକିତ୍ସା ନ ପାଇ ଅକାଳରେ ମୃତ୍ୟୁ ଘଟିଥାଏ। ବିଶ୍ୱସ୍ତରରେ ମଧ୍ୟ ପ୍ରାଥମିକ ଚିକିତ୍ସା ଅଭାବରୁ ଲକ୍ଷ ଲକ୍ଷ ଲୋକଙ୍କ ଜୀବନ ଯାଇଥାଏ। ତେଣୁ ପ୍ରାଥମିକ ଚିକିତ୍ସା ସମ୍ପର୍କରେ ସଚେତନତା ସୃଷ୍ଟି ପାଇଁ ପ୍ରତିବର୍ଷ ସେପ୍ଟେମ୍ବର ମାସ ଦ୍ୱିତୀୟ ଶନିବାରକୁ ବିଶ୍ୱ ପ୍ରାଥମିକ ଚିକିତ୍ସା ଦିବସ ଭାବେ ପାଳନ କରାଯାଇଥାଏ। ଏହି ଦିବସରେ ଲୋକମାନଙ୍କ ମଧ୍ୟରେ ପ୍ରାଥମିକ ଚିକିତ୍ସା ବିଷୟରେ ସଚେତନତା ଦିଆଯାଇଥାଏ। ଏହା ଦ୍ୱାରା କିଭଳି ଜୀବନ ବଞ୍ଚାଇବା ସହଜ ହୋଇଥାଏ ସେ ସମ୍ପର୍କରେ ଅବଗତ କରାଯାଇଥିଲା । ଜରୁରିକାଳୀନ ସ୍ବାସ୍ଥ୍ୟସେବା ପରିସ୍ଥିତିରେ ଜଣେ ଲୋକର କିଭଳି ପ୍ରାଥମିକ ଚିକିତ୍ସା କରାଯାଇପାରିବ ସେ ବିଷୟରେ ଜାଣିବା ନିହାତି ଦରକାର ବୋଲି ଅଧକ୍ଷ ଲଷ୍ମୀକାନ୍ତ କହିଥିଲେ । ଏଥିପାଇଁ କୌଣସି ପ୍ରଶିକ୍ଷଣ ଦରକାର ହୁଏନାହିଁ। ସାଧାରଣ ଭାବରେ ଆମ ପାଖରେ ହେଉ କିମ୍ବା ଘର କିମ୍ବା ଗାଡି ହେଉ ସବୁବେଳେ ଫାଷ୍ଟ ଏଡ୍ କିଟ୍ ରଖିବା ଜରୁରୀ ବୋଲି ରାଜନୀତି ବିଜ୍ଞାନର ମୁଖ୍ୟ ଅଖିଳ କୁମାର ହୋତା କହିଥିଲେ ।ନୟାଗଡ଼ରୁ ବିଶ୍ୱରଂଜନ ସେଠୀଙ୍କ ରିପୋର୍ଟ Hrtv odia
