କଳାହାଣ୍ଡିର ଯୁବତୀଙ୍କୁ ତେଲେଙ୍ଗାନାରେ ଦୁଷ୍କର୍ମ ପରେ ହତ୍ୟା
କଳାହାଣ୍ଡି ର ଯୁବତୀ ଙ୍କୁ ତେଲେଙ୍ଗାନା ରେ ହତ୍ୟା ଭଳି ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଗତ ୩ ମାସ ତଳେ ନିଜ ପରିବାର ସହ ଦାଦନ ଖଟିବାକୁ ଯୁବତୀ ଜଣକ ତେଲେଙ୍ଗାନା ଯାଇଥିଲେ। ହେଲେ ତେଲେଙ୍ଗାନାର ଖମନ ପ୍ରକାଶ ନଗର , ନଦୀବ୍ରିଜ ତଳୁ ଶୁକ୍ରବାର ସକାଳରେ ଯୁବତୀଙ୍କ ମୃତଦେହ ଠାବ କରାଯାଇଛି। ତାଙ୍କୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି । ଯୁବତୀଙ୍କୁ ବଳାତ୍କାର ପରେ ହତ୍ୟା କରି ପୋଲତଳେ ପକାଇ ଆତ୍ମହତ୍ୟା ରୂପ ଦେବାକୁ ଚେଷ୍ଟା କରାଯାଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି । ପୁଲିସ ମାମଲା ରୁଜୁକରି ଘଟଣାର ତଦନ୍ତ କରୁଛି ।
