କାର୍ତ୍ତିକ ମାସରେ ଏବେ ପରିବା ଦର ଆକାଶଛୁଆଁ
କାର୍ତ୍ତିକ ମାସ ଆରମ୍ଭରୁ ହିଁ ପରିବା ଦର ହୁ ହୁ ହୋଇ ବଢିବାରେ ଲାଗିଛି । ପୂଣ୍ୟ ମାସ ଭାବେ କଥିତ ଏହି ମାସରେ ସଂଖ୍ୟାଧିକ ଘରେ ଆମିଷ ନିଷେଧ । ଏଣୁ ସାଦା ବା ନିରାମିଷ ଖାଦ୍ୟ ପାଇଁ ପନିପରିବା ଉପରେ ଅଧିକ ନିର୍ଭରଶୀଳ ହୋଇ ପଡୁଛନ୍ତି ଲୋକେ । ହେଲେ ଗତ କିଛି ଦିନରେ ପନିପରିବା ଦର ବେଶ୍ ଦର ବୃଦ୍ଧି ପାଇଛି, ଯାହାକୁ ନେଇ ଗ୍ରାହକ ମହଲରେ ପ୍ରତିକ୍ରିୟା ପ୍ରକାଶ ପାଇଛି ।ଆଳୁ ଓ ପିଆଜକୁ ଛାଡିଦେଲେ କଞ୍ଚା ପରିବା ଦର ଅତିକମରେ ୫୦ ଟଙ୍କା ରହିଛି । ବିନ୍ସ ଦର ୧୦୦ ଉପରେ। ଦେଶୀ ପୋଟଳ ଦର ୮୦ । ବାଲେଶ୍ବର ବିମ୍ସ କିଲୋ ୧୨୦ ଛୁଇଁଛି, ଭେଣ୍ଡି ୭୦ ବିଲାତି ୪୦, ବାଇଗଣ ୬୦, ପୋଟୋଳ ୬୦, ଜହ୍ନି ୬୦, କଞ୍ଚା କଦଳୀ ଗୋଟାକ ୧୦ ଟଙ୍କା, କୁନ୍ଦୁରି ୪୦ ଦର ହୋଇଛି । ରାଜ୍ୟରେ ପ୍ରାୟ ସବୁ ସ୍ଥାନରେ ଦର ପ୍ରାୟ ଦର ସମାନ ରହିଛି। ଯାହାକୁ ନେଇ ସାଧାରଣ ଲୋକଙ୍କ ମଧ୍ୟରେ ଆଶଙ୍କା ଦେଖାଯାଇଛି।ତେବେ ଅନ୍ୟ ଉପାୟ ନହୋଇ ଲୋକେ ପୂର୍ବାପେକ୍ଷା କମ୍ ପରିମାଣର ପନିପରିବା ନେଇ କାମ ଚଳାଇବାକୁ ବାଧ୍ୟ ହେଉଛନ୍ତି । ପକେଟରୁ ଅଧିକ ଟଙ୍କା ଯାଉଛି, ମାତ୍ର ବ୍ୟାଗରେ ପରିବା ଭର୍ତି ହେଉନି ।
