କାର୍ଯ୍ୟରେ ଅବହେଳା ଯୋଗୁଁ ଛତ୍ରପୁର ଥାନାଧିକାରୀ ନିଲମ୍ବିତ
ଛତ୍ରପୁର ଥାନାଧିକାରୀ ଭାବେ କାର୍ଯ୍ୟ କରୁଥିବା ଦେବାଶିଷ ମହାନ୍ତିଙ୍କୁ କାର୍ଯ୍ୟରୁ ନିଲମ୍ବିତ କରିଛନ୍ତି ପୋଲିସ ଡିଜି l କାର୍ଯ୍ୟରେ ଅବହେଳା ଯୋଗୁଁ ତାଙ୍କୁ ନିଲମ୍ବନ କରାଯାଇଥିବା ସୂଚନା ମିଳିଛି l ପୂର୍ବରୁ ଦେବାଶିଶ ମହାନ୍ତି ଗଞ୍ଜାମ ଜିଲାର କୋଦଳା ଥାନାରେ କାର୍ଯ୍ୟ କରିଥିଲେ l ପରେ ତାଙ୍କୁ ଅନ୍ୟତ୍ର ବଦଳି କରାଯାଇଥିଲା l ପୁଣି ଗଞ୍ଜାମ ଜିଲ୍ଲାର ଛତ୍ରପୁର ଥାନାରେ ଗତ ଫେବୃଆରୀ ୨୪ ତାରିଖରେ ଥାନାଧିକାରୀ ଭାବେ ଯୋଗ ଦେଇଥିଲେ l ଏବେ ସେ କାର୍ଯ୍ୟରେ ଅବହେଳା କରିଥିବାରୁ ତାଙ୍କୁ ନିଲମ୍ବନ କରାଯାଇଛି l
