କାର୍ଯ୍ୟରେ ଯୋଗ ଦେବାକୁ ଡାକ୍ତରଙ୍କୁ ଅପିଲ- ସ୍ୱାସ୍ଥ୍ୟ ମନ୍ତ୍ରୀ
କାର୍ଯ୍ୟରେ ଯୋଗ ଦେବାକୁ ଡାକ୍ତରଙ୍କୁ ଅପିଲ୍ କରିଛନ୍ତି ସ୍ବାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ। ଡାକ୍ତରଙ୍କ ଆନ୍ଦୋଳନକୁ ନେଇ ସ୍ବାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି ଡାକ୍ତରମାନେ ରୋଗୀ ସେବା କାର୍ଯ୍ୟରେ ଯୋଗ ଦିଅନ୍ତୁ। ଆଲୋଚନା ଦ୍ବାରା ସବୁ ସମାଧାନ ହେବ, ଆମ ସହ ଆଲୋଚନା କରନ୍ତୁ। ରୋଗୀ ସେବାରେ ଯେପରି ବାଧା ସୃଷ୍ଟି ନ ହେବ ସେଥିପ୍ରତି ଧ୍ୟାନ ଦିଅନ୍ତୁ। ସୂଚନାଥାଉକି , ଆଜି ସକାଳ ୯ଟାରୁ ୧୧ଟା ଯାଏଁ ସରକାରୀ ଡାକ୍ତରଖାନାରେ ଓପିଡି ସେବା ବନ୍ଦ କରି ଆନ୍ଦୋଳନକୁ ଓହ୍ଲାଇଛନ୍ତି ଡାକ୍ତର । ଏହି ଦୁଇ ଘଣ୍ଟା ଓପିଡିରେ ଡାକ୍ତର ରୋଗୀ ଦେଖିବେ ନାହିଁ । ୧୪ ତାରିଖ ସୁଦ୍ଧା ସରକାର ଦାବି ଉପରେ କୌଣସି ପଦକ୍ଷେପ ନନେଲେ ପରବର୍ତ୍ତୀ ସମୟରେ ଉଭୟ ସକାଳେ ଏବଂ ଅପରାହ୍ନରେ ଦୁଇ ଘଣ୍ଟା ଲେଖାଏଁ ଓପିଡି ବନ୍ଦ କରିବାକୁ ଚେତାବନୀ ଦେଇଛି ଓମସା । ତେବେ ଏ ସମୟରେ ସମସ୍ତ ଜରୁରୀକାଳୀନ ସେବା ଜାରି ରହିଛି ।
