କାର୍ ଉପରେ ଓଲଟିଲା ବସ୍ । ଏଥିରେ ୨୫ ଜଣ ଆହତ

କାର୍ ଉପରେ ଓଲଟିଲା ବସ୍ । ଏଥିରେ ୨୫ ଜଣ ଆହତ ହୋଇଛନ୍ତି । ମୟୂରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ସ୍ଥିତ ଦ୍ଵାରଶୁଣି ଘାଟିରେ ଓଲଟିଲା ବସ । ବସ୍ ରେ ଥିବା ୨୫ ଯାତ୍ରୀ ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ ବାଙ୍ଗିରିପୋଷି ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି । ସୂଚନା ମୂତାବକ ବାରିପଦା ୪୯ନଂ ଜାତୀୟ ରାଜପଥ ବାଙ୍ଗିରିପୋଷି ଥାନା ଦ୍ଵାରଶୁଣି ଘାଟିରେ କାର୍‌ ଉପରେ ବସ୍‌ଟି ଓଲଟି ପଡିଛି। ଶ୍ରୀଗଣେଶ ନାମକ ବସ ତିରିଙ୍ଗରୁ ବାରିପଦା ଆସୁଥିବାବେଳେ ଏହି ଦୁର୍ଘଟଣା ଘଟିଥିଲା। ଏଥିରେ ୫ ଜଣ ଗୁରୁତର ହୋଇଛନ୍ତି। ସମସ୍ତ ଆହତଙ୍କୁ ପିଆରଏମ୍ ମେଡିକାଲରେ ଭର୍ତ୍ତି କରାଯାଇଛି। ଖବର ପାଇ ଘଟଣାସ୍ଥଳରେ ଦମକଳବାହିନୀ କର୍ମଚାରୀ ପହଞ୍ଚି ଉଦ୍ଧାର କରିଥିଲା ।