କାଲିଠାରୁ ବାଲିଯାତ୍ରା ପ୍ଲଟ ଆବେଦନ

ଐତିହାସିକ କଟକ ବାଲିଯାତ୍ରା ୨୦୨୫ ପାଇଁ ଆସନ୍ତାକାଲି ଠାରୁ ଷ୍ଟଲ ବୁକିଂ କରି ପାରିବେ ବ୍ୟବସାୟୀ । ଚଳିତ ବର୍ଷ ନଭେମ୍ବର ୫ ରୁ ନଭେମ୍ବର ୧୨ ପର୍ଯ୍ୟନ୍ତ ଚାଲିବ କଟକ ବାଲିଯାତ୍ରା । ବାଲିଯାତ୍ରାରେ ସୁରୁଖୁରୁରେ ଷ୍ଟଲ ବଣ୍ଟନ ପାଇଁ ପ୍ରଶାସନ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଇଛି ।ଲୋକେ ବାରବାଟୀ ପ୍ୟାଲେସରୁ ଆବେଦନପତ୍ର ସଂଗ୍ରହ ଏବଂ ଦାଖଲ କରିପାରିବେ। ଆବେଦନପତ୍ର ଜଣେ ବ୍ୟକ୍ତି/ଅନୁଷ୍ଠାନ ସର୍ବାଧିକ ୩ଟି ପ୍ଲଟ ପାଇଁ ଆବେଦନ କରିପାରିବେ। ପ୍ଲଟ ପିଛା ପ୍ରାରମ୍ଭିକ ପଞ୍ଜୀକରଣ ରାଶି ୫ ହଜାର ଟଙ୍କା ରହିଛି। ଗୋଟିଏ ପ୍ଲଟ ପାଇଁ ଏକାଧିକ ଆବେଦନ ଥିଲେ ନିଲାମ ହେବ ବୋଲି ବଡ଼ ସୂଚନା ମିଳିଛି।ଏପରିକି ୧୦୦ ଟଙ୍କାରେ ଆବେଦନପତ୍ର ମିଳିବ ବୋଲି ଜଣାପଡିଛି। http://cuttack.odisha.gov.in ୱେବସାଇଟରେ ରହିଛି ସଂପୂର୍ଣ୍ଣ ବିବରଣୀ ଉପଲବ୍ଧ ହେଉଛି।ଚଳିତ ବର୍ଷ ପ୍ରଥମ ଥର ପାଇଁ ଉଠା ବ୍ୟବସାୟୀ ମାନଙ୍କ ପାଇଁ ସ୍ବତନ୍ତ୍ର ପ୍ଲଟ୍ ବ୍ୟବସ୍ଥା କରାଯାଇଛି । ଉଠା ଦୋକାନୀ ମାନେ ୧୫ ଶହ ଟଙ୍କା ଦେଇ ପ୍ଲଟ୍ ବୁକିଂ କରିପାରିବେ । ପଞ୍ଜୀକରଣ ପ୍ରକ୍ରିୟା ସରିବା ପରେ ଅକ୍ଟୋବର ୧୩ ତାରିଖରୁ ପ୍ଲଟ୍ ନିଲାମ ପ୍ରକ୍ରିୟା ଆରମ୍ଭ ହେବ ।