କାଲିଠୁ ଡିପ୍‌ଥେରିଆ ବୁଷ୍ଟର ଡୋଜ୍: ମାସ୍କ ପିନ୍ଧିବାକୁ ଅନୁରୋଧ

ସାରା ରାଜ୍ୟକୁ ଘାରିଛି ଡିପଥେରିଆ ଚିନ୍ତା। ଏ ନେଇ ଜନସ୍ଵାସ୍ଥ୍ୟ ନିର୍ଦେଶକ କହିଛନ୍ତି ଆଣ୍ଟିବାୟୋଟିକ୍ ଦ୍ଵାରା ଡିପଥେରିଆ ମୂଳପୋଛ ହୋଇପାରିବ। ଯେହେତୁ ଏହା ବାୟୁବାହିତ ରୋଗ, ତେଣୁ ସଂକ୍ରମଣ ରୋକିବାକୁ ପ୍ରଭାବିତ ଅଞ୍ଚଳର ଲୋକମାନେ ମାସ୍କ ପିନ୍ଧିବା ସହ ହାତ ଧୋଇବା ଭଳି ନିୟମ ପାଳନ ପାଇଁ ଅନୁରୋଧ କରାଯାଇଛି ।ବର୍ତ୍ତମାନ ସୁଦ୍ଧା ୩ ଜିଲାରୁ ୨୧ ରୋଗୀ ଚିହ୍ନଟ ହୋଇଥିବା ବେଳେ ୫ ଜଣଙ୍କର ମୃତ୍ୟୁ ଘଟିଛି।

ଅନ୍ୟପଟେ, ଡିପଥେରିଆ ମୁକାବିଲା ପାଇଁ ଆସନ୍ତାକାଲିଠୁ ଦିଆଯିବ ବୁଷ୍ଟର ଡୋଜ। ଏନେଇ ପରିବାର କଲ୍ୟାଣ ନିର୍ଦ୍ଦେଶିକା ଡା. ସଂଯୁକ୍ତା ସାହୁ ସୂଚନା ଦେଇଛନ୍ତି। ସେ କହିଛନ୍ତି, ୧ ବର୍ଷ ଶିଶୁଙ୍କୁ ପେଣ୍ଟା ଡୋଜ ଓ ୫ରୁ ୧୫ ବର୍ଷଙ୍କୁ ଟିଡି ଡୋଜ ଦିଆଯିବ। ସର୍ଭେଲାନ୍ସ ଚାଲିଛି, ଲକ୍ଷଣ ଥିଲେ ଆଣ୍ଟିବାୟୋଟିକ ଦିଆଯାଉଛି। ସର୍ଭେଲାନ୍ସ ସରିବା ପରେ ସଂକ୍ରମଣ ଅଞ୍ଚଳରେ ବୁଷ୍ଟର ଡୋଜ ଦିଆଯିବ।