କାଲି ଓଡିଶା ଆସୁଛନ୍ତି ‘ରାମ’ । ୨୩ରେ ଆସିବେ ଜେ.ପି. ନଡ୍ଡା ଓ ଯୋଗୀ ଆଦିତ୍ୟନାଥ। 

ଓଡିଶାକୁ ଜାରି ରହିଛି କେନ୍ଦ୍ର ନେତାଙ୍କ ମାରାଥନ ଗସ୍ତ । ଆଜି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ଗସ୍ତ ପରେ ଆସନ୍ତା କାଲି ଓଡିଶା ଆସୁଛନ୍ତି ରାମାୟଣ ସିରିଏଲର ‘ରାମ’ ଅରୁଣ ଗୋଭିଲ ।ଏହି କ୍ରମରେ ପୁଣି ଓଡ଼ିଶା ଆସୁଛନ୍ତି ଭାଜପାର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା। ଏଥିସହ ଯୋଗୀ ଆଦିତ୍ୟନାଥ। ୪ଟି ସ୍ଥାନରେ କରିବେ ପ୍ରଚାର । ଚମ୍ପୁଆ, ତେଲକୋଇ, ଢେଙ୍କାନାଳ, ବାଲିପାଟଣାରେ କରିବେ ପ୍ରଚାର ।

୨୩ ଅର୍ଥାତ୍‌ ଗୁରୁବାର ଆସୁଛନ୍ତି ଜେପି ନଡ୍ଡା ଓ ଯୋଗୀ ଆଦିତ୍ୟନାଥ । କରଞ୍ଜିଆ, ଧାମଗନର, ବଡଚଣା, ବାଲିକୁଦାରେ ସଭା କରିବେ ନଡ୍ଡା । ଏହାସହ ଚିଲିକା ଓ ସାଲେପୁରରେ ଜନସଭାରେ ଯୋଗ ଦେବେ ଯୋଗୀ ଆଦିତ୍ୟନାଥ।ବିଜେପି ହେଭିଓ୍ବେଟ୍‌ଙ୍କ ଗସ୍ତ ନେଇ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଉଛି । ଏହିସବୁ କାର୍ଯ୍ୟକ୍ରମରେ କିପରି ଅଧିକରୁ ଅଧିକ ସଂଖ୍ୟାରେ ଲୋକ ଯୋଗଦେବେ ସେନେଇ ବିଜେପି ପକ୍ଷରୁ ପ୍ରସ୍ତୁତି ଜୋରଦାର ଆରମ୍ଭ ହୋଇଛି ।