କାହିଁକି ହେଲା ରଶ୍ମିକାଙ୍କର ଫ୍ଲାଇଟ୍‌ର ହେଲା ଜରୁରୀକାଳିନ ଅବତରଣ

ଦକ୍ଷିଣର ଜଣାଶୁଣା ଅଭିନେତ୍ରୀ ରଶ୍ମିକା ମନ୍ଦନା। ସୋସିଆଲ ମିଡିଆରେ ସେ ବହୁତ ଆକ୍ଟିଭ୍‌ । ରଶ୍ମିକା ତାଙ୍କ କିଛି ନା କିଛି ପୋଷ୍ଟ ସେୟାର କରି ପ୍ରଶଂସକଙ୍କୁ ଅପଡେଟ୍‌ ଦିଅନ୍ତି। ତେବେ ତେଲଗୁ, ତାମିଲ ଏବଂ ମାଲାୟାଲମ ଫିଲ୍ମ ଇଣ୍ଡଷ୍ଟ୍ରିର ଶ୍ରେଷ୍ଠ ଅଭିନେତ୍ରୀମାନଙ୍କ ମଧ୍ୟରୁ ଶ୍ରଦ୍ଧା ଦାସ ଅନ୍ୟତମ। ରଶ୍ମିକା ପୁଷ୍ପା: ଦି ରାଇଜ ମାଧ୍ୟମରେ ଦକ୍ଷିଣ ତଥା ଉତ୍ତରରେ ଲୋକପ୍ରିୟତା ହାସଲ କରିଛନ୍ତି। କିନ୍ତୁ ନିକଟରେ ଅଭିନେତ୍ରୀଙ୍କ ସହ ଏପରି ଏକ ଘଟଣା ଘଟିଥିଲା, ​​ଯେଉଁଥିରେ ସେ ମୃତ୍ୟୁରୁ ରକ୍ଷା ପାଇଥିଲେ। ଇନ୍‌ଷ୍ଟାଗ୍ରାମରେ ରଶ୍ମିକା ଶ୍ରଦ୍ଧାଙ୍କ ସହ ଏକ ସେଲଫି ଶେୟାର କରି ଲେଖିଛନ୍ତି, ‘କେବଳ ଆପଣଙ୍କ ସୂଚନା ପାଇଁ, ଆଜି ଆମେ କିପରି ମୃତ୍ୟୁରୁ ରକ୍ଷା ପାଇଲୁ …ଏକ ରିପୋର୍ଟ ଅନୁଯାୟୀ, ଏହି ବିମାନ ମୁମ୍ବାଇରୁ ହାଇଦ୍ରାବାଦ ଯାଉଥିଲା।

ଏଥିରେ କିଛି ଯାନ୍ତ୍ରିକ ତ୍ରୁଟି ରହିଥିଲା, ଯେଉଁଥିପାଇଁ ବିମାନରେ ଥିବା ଲୋକମାନେ ଭୟଭୀତ ହୋଇଥିଲେ।କୁହାଯାଉଛି ଯେ ଯେଉଁ ବିମାନରେ ରଶ୍ମିକା ଯାତ୍ରା କରୁଥିଲେ, ତାହା ଜରୁରୀକାଳୀନ ଅବତରଣ କରିବାକୁ ପଡିଲା। ଖବର ମୁତାବକ, ଏହି ବିମାନ ମୁମ୍ବାଇରୁ ହାଇଦ୍ରାବାଦ ଅଭିମୁଖେ ଯାତ୍ରା କରିଥିଲା। କିନ୍ତୁ ଯାନ୍ତ୍ରିକ ତ୍ରୁଟି ହେତୁ ଏହାକୁ ୩୦ ମିନିଟ ପରେ ଜରୁରୀକାଳୀନ ଅବତରଣ କରିବାକୁ ପଡିଥିଲା ଏବଂ ବିମାନଟି ମୁମ୍ବାଇକୁ ଫେରିଗଲା। ତେବେ ଖୁସି ଖବର ହେଉଛି ଏହି ଘଟଣାରେ କାହାରା ଅନିଷ୍ଟ ହୋଇନାହିଁ ଏବଂ ସମସ୍ତେ ସୁରକ୍ଷିତ ଅଛନ୍ତି।