କିଏ ଏହି ରକେଟ୍ ଓ୍ୱିମେନ୍ ? କଣ ତାଙ୍କର ପରିଚୟ ? ଆସନ୍ତୁ ଜାଣିବା ତାଙ୍କ ବିଷୟରେ ।

ଇତିହାସ ରଚିଲା ଇସ୍ରୋ। ଚନ୍ଦ୍ରଯାନ ମିଶନ-୩ ସଫଳ ହେଲେ ବିଶ୍ୱରେ ଭାରତ ଚତୁର୍ଥ ଦେଶ ଭାବେ ଜହ୍ନରେ ନିଜ ନାଁ ଲେଖିବ। ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟାରୁ ଚନ୍ଦ୍ରଯାନ-୩ ଉତ୍‌କ୍ଷେପଣ ହୋଇଛି। ଦେଶର ଏହି ତୃତୀୟ ଚନ୍ଦ୍ରାଭିଯାନରେ ଜହ୍ନ ରାଇଜର ବହୁ ରହସ୍ୟ ଫିଟିବାକୁ ଯାଉଛି। ତେବେ ଏହି ଚନ୍ଦ୍ରୟାନ ମିଶନରେ ଗୁରୁଦାୟିତ୍ୱରେ ଅଛନ୍ତି ଜଣେ ମହିଳା। କିଏ ଏହି ରକେଟ୍ ଓ୍ୱିମେନ୍ ? କଣ ତାଙ୍କର ପରିଚୟ ? ଆସନ୍ତୁ ଜାଣିବା ତାଙ୍କ ବିଷୟରେ ।ସ୍ପେଶ ସାଇଣ୍ଟିଷ୍ଟ ଋତୁ କରିଘାଲ ଶ୍ରୀବାସ୍ତବ । ଚନ୍ଦ୍ରୟାନ-୩ ମିଶନର ଲିଡର ।

ଏବେ କିନ୍ତୁ ରକେଟ ୱିମେନ ନାମରେ ବେଶ୍ ଜଣାଶୁଣା । ଚନ୍ଦ୍ରୟାନ-୩ ମିଶନର ଡାଇରେକ୍ଟର ରୂପେ ତାଙ୍କର ରହିଛି ଗୁରୁ ଦାୟିତ୍ୱ । ଉତ୍ତରପ୍ରଦେଶ ଲକ୍ଷ୍ନୌର ବାସିନ୍ଦା ଋତୁ ଏବେ ସମଗ୍ର ଦେଶରେ ପରିଚିତ । ପିଲାଟୁ ବେଳେ ଋତୁଙ୍କର ମହାକାଶ ସମ୍ପର୍କରେ ଜାଣିବାରେ ଥିଲା ପ୍ରବଳ ଆଗ୍ରହ । ‘ମଙ୍ଗଳାୟନ’ ମିଶନରେ ଡେପୁଟି ଅପରେଶନ ଡାଇରେକ୍ଟର ଦାୟିତ୍ୱ ସମ୍ଭାଳିଥିଲେ । କେବଳ ଦାୟିତ୍ୱ ସମ୍ଭାଳିନଥିଲେ ନିଜ ଦକ୍ଷତାର ଦେଇଥିଲେ ପରିଚୟ । ଏବେ ଋତୁ ସ୍ଥାପନ କରିବାକୁ ଯାଉଛନ୍ତି ଆଉ ଏକ କୀର୍ତ୍ତିମାନ ।