କିଏ ସେହି ‘ଜମାଲ କୁଡୁ’ର ଭାଇରାଲ ଯୁବତୀ

‘ଆନିମଲ’ ବକ୍ସ ଅଫିସରେ ସମସ୍ତ ରେକର୍ଡ ଭାଙ୍ଗୁଛି । ଚଳଚ୍ଚିତ୍ରର ଦମ୍‌ଦାର ଓପନିଂ ପରଠାରୁ ଏହି ଚଳଚ୍ଚିତ୍ର ସାରା ବିଶ୍ୱରେ ୭୦୦ କୋଟି ଟଙ୍କା ଅତିକ୍ରମ କରିଛି। ବିବାହ ସମାରୋହରେ ଏହି ଗୀତ ଏବେ ବେଶ୍‌ ଲୋକପ୍ରିୟ ହୋଇଛି। ଗୀତ ‘ଜମାଲ କୁଡୁ’ ଭାଇରାଲ ହେବା ପରେ ଏଥିରେ ଜଣେ ସୁନ୍ଦରୀ ଯୁବତୀ ରାତାରାତି ପ୍ରସିଦ୍ଧି ଲାଭ କରିଛନ୍ତି। ଲୋକମାନେ ଏହି ଭାଇରାଲ ଯୁବତୀଙ୍କ ବିଷୟରେ ଜାଣିବାକୁ ଚାହୁଁଛନ୍ତି। ଇନ୍‌ଷ୍ଟାଗ୍ରାମରେ ଏହି ସୁନ୍ଦରୀଙ୍କର ୨୫ ଗୁଣ ଫଲୋଅର୍ସ ବଢ଼ିଯାଇଛନ୍ତି।ବର୍ତ୍ତମାନ ‘ଜମାଲ କୁଡୁ’ ଗୀତ ସବୁଆଡେ ଭାଇରାଲ ହେଉଛି । ଗୀତରେ ଗ୍ରୁପ ହୋଇ ଛିଡା ହୋଇଥିବା ଝିଅ ମଧ୍ୟରେ ଜଣେ ଗାଉଥିବାର ନଜର ଆସିଥିଲେ । ସେ ସମସ୍ତଙ୍କ ଲୋକଙ୍କ ଦୃଷ୍ଟି ଆକର୍ଷଣ କରୁଛନ୍ତି । ଏହି ଝିଅଟିର ନାମ ତନ୍ନାଜ ଦାବୋଦି। ତନ୍ନାଜ ମୂଳତଃ ପାର୍ସୀୟନ ଏବଂ ଇରାନରୁ ଆସିଛନ୍ତି । ତାଙ୍କ ପରିବାର ଲଣ୍ଡନରେ ବସବାସ କରନ୍ତି ଏବଂ ସେ ଭାରତର ବଲିଉଡରେ କଳାକାର ଭାବରେ କାର୍ଯ୍ୟ କରନ୍ତି ।

ଗୀତର ଆରମ୍ଭରେ ବବି ମୁଣ୍ଡରେ ଏକ ଗ୍ଲାସ ଧରି ନାଚୁଥିବା ଦେଖିବାକୁ ମିଳିଛି। ସେ ଦଳରେ ଗୀତ ଗାଉଥିବା ଝିଅମାନଙ୍କ ନିକଟକୁ ଆସନ୍ତି। ମଝିରେ ଠିଆ ହୋଇଥିବା ତନ୍ନାଜ, ତାଙ୍କ ଷ୍ଟାଇଲ୍‌ ଏବଂ ସୌନ୍ଦର୍ଯ୍ୟ ହେତୁ ରାତାରାତି ଭାଇରାଲ ହୋଇଥିଲେ।ତନ୍ନାଜ, ନୋରା ଫତେହୀ, ବରୁଣ ଧାଓ୍ବନ, ଜନ ଆବ୍ରହାମ ଏବଂ ସନ୍ନି ଲିଓନିଙ୍କ ସହ ଷ୍ଟେଜ୍‌ ଶୋ କରିଛନ୍ତି। ଯଦିଓ ତାଙ୍କୁ ଅଧିକାଂଶ ସମୟରେ ବ୍ୟାକ୍‌ଗ୍ରାଉଣ୍ଡରେ ଦେଖାଯାଏ। ‘ଜମାଲ କୁଡୁ’ ହେଉଛି ପ୍ରଥମ ଗୀତ ଯେଉଁଥିରେ ସେ ଅଭିନୟ କରିଛନ୍ତି। ବବି ଦେଓଲଙ୍କ ପରେ ସେ ଦର୍ଶକଙ୍କ ଅଧିକ ଧ୍ୟାନ ଆକର୍ଷଣ କରିଥିଲେ। ସେ ଏହି ଗୀତରେ କିଛି ସମୟ ପାଇଁ ଅଭିନୟ କରିଥିଲେ, କିନ୍ତୁ ଏହା ତନ୍ନାଜଙ୍କ ଜୀବନକୁ ବଦଳାଇଦେଲା।ବୃତ୍ତି ଅନୁଯାୟୀ ତନ୍ନାଜ ଜଣେ ନୃତ୍ୟଶିଳ୍ପୀ ।