କିଏ ସେ ଅଜଣା ବ୍ୟକ୍ତି ରେଷ୍ଟୁରାଣ୍ଟରେ ଯିଏ ସୋନୁଙ୍କ ବିଲ୍‌ ପୈଠ କଲେ

ନିକଟରେ ସୋନୁ ରାତ୍ରୀ ଭୋଜନ ପାଇଁ ଏକ ରେଷ୍ଟୁରାଣ୍ଟକୁ ଯାଇଥିଲେ । ଯେତେବେଳେ ସେ ବିଲ୍‌ ପେ କରିବାକୁ ଗଲେ ଜାଣିବାକୁ ପାଇଲେ ଯେ, ଜଣେ ଅପରିଚିତ ବ୍ୟକ୍ତି ତାଙ୍କର ପୁରା ବିଲ ପୈଠ କରିଛନ୍ତି। ଏଥିସହ ବ୍ୟକ୍ତି ଜଣକ ଅଭିନେତାଙ୍କ ପାଇଁ ଏକ ସୁନ୍ଦର ନୋଟ ମଧ୍ୟ ଶେୟାର କରିଛନ୍ତି।ସୋନୁ ସୁଦ ଇନଷ୍ଟାଗ୍ରାମରେ ଏକ ପୋଷ୍ଟ ସେୟାର କରି କହିଛନ୍ତି ଯେ ଯେତେବେଳେ ସେ ଦୁବାଇର ଏକ ରେଷ୍ଟୁରାଣ୍ଟରେ ଖାଇବାକୁ ଯାଇଥିଲେ, କେହି ଜଣେ ତାଙ୍କର ସମ୍ପୂର୍ଣ୍ଣ ବିଲ୍ ପୈଠ କରିଥିଲେ। ଏହା ସହିତ ଏକ ନୋଟ୍ ମଧ୍ୟ ଛାଡିଛନ୍ତି। ଏହି ନୋଟରେ ଏହା ଲେଖାଯାଇଥିଲା – ଆପଣ ଦେଶ ପାଇଁ କରିଥିବା ସମସ୍ତ ଭଲ କାମ ପାଇଁ ଧନ୍ୟବାଦ । ଏହି ପୋଷ୍ଟ ସେୟାର କରିବାବେଳେ ସୋନୁ ସୁଦ ଲେଖିଛନ୍ତି – ମୁଁ ଜାଣେ ନାହିଁ କିଏ ଏହା କରିଛନ୍ତି। ରେଷ୍ଟୁରାଣ୍ଟରେ ମୋ ଡିନର ପାଇଁ କେହି ପୁରା ବିଲ୍ ପୈଠ କରିଛନ୍ତି । ଏହା ସହ ସୁନ୍ଦର ନୋଟ୍ ମଧ୍ୟ ସେୟାର କରିଛନ୍ତି। ଯାହା ମୋ ହୃଦୟକୁ ସ୍ପର୍ଶ କରିଛି ।

ବହୁତ ବଡ ଧନ୍ୟବାଦ । ତେବେ ସୋନୁ ସୁଦ୍‌ କେବଳ ରିଲ୍‌ରେ ନୁହେଁ , ରିଅଲ ଲାଇଫରେ ମଧ୍ୟ ତାଙ୍କୁ ହିରୋ ଭାବରେ ବିବେଚନା କରାଯାଏ। କରୋନାବେଳେ ସେ ବହୁ ବେସାହାର ଓ ଦାଦନ ଶ୍ରମିକଙ୍କୁ ଘରକୁ ଫେରାଇ ଆଣିବା ପାଇଁ ସାହାର୍ଯ୍ୟ କରିଥିଲେ। ଅଭିନେତାମାନେ ସେମାନଙ୍କର ଉତ୍ତମ କାର୍ଯ୍ୟ ହେତୁ ଲୋକମାନେ ତାଙ୍କୁ ବହୁତ ପସନ୍ଦ କରନ୍ତି। ସୋନୁ ଅନେକ ସମୟରେ ଅଭାବୀ ଲୋକଙ୍କୁ ସାହାଯ୍ୟ କରିଛନ୍ତି। ଏହି କାରଣରୁ ଲୋକମାନେ ତାଙ୍କୁ ଦେବଦୂତ ବୋଲି ଡାକନ୍ତି ।