କିଙ୍ଗ୍ ଖାନ୍ ଶାହାରୁଖଙ୍କ ପାଇଁ ବଢିଛି ଅଡୁଆ ।KKRରୁ ବାଂଲାଦେଶୀ ଖେଳାଳିଙ୍କୁ ହଟାଇବାକୁ ଦାବି

ବାଂଲାଦେଶରେ ହିନ୍ଦୁଙ୍କ ଉପରେ ଆକ୍ରମଣ ଓ ହତ୍ୟା ଘଟଣାକୁ ନେଇ ଭାରତରୁ ଉଠିଛି ଅସନ୍ତୋଷର ସ୍ବର । ବାଂଲାଦେଶ ସହ ସମ୍ପର୍କ ତୁଟାଇବାକୁ ଉଠିଲାଣି ଦାବି । ଏସବୁ ଭିତରେ କିଙ୍ଗ୍ ଖାନ୍ ଶାହାରୁଖଙ୍କ ପାଇଁ ବଢିଛି ଅଡୁଆ । ୧୪ ଦିନରେ ୪ ହିନ୍ଦୁଙ୍କୁ ଆକ୍ରମଣ ହୋଇଛି । ୩ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଜଣେ ଜୀବନ ମୃତ୍ୟୁ ସହ ଲଢୁଛନ୍ତି ।ଏହାରି ଭିତରେ ଆଇପିଏଲ ପାଇଁ ବାଂଲା ପ୍ଲେୟାରଙ୍କୁ କିଣିବାକୁ ନେଇ ଶାହାରୁଖ ଖାନଙ୍କ ଉପରେ ବର୍ଷିଛନ୍ତି ବିଜେପି ନେତା । ହେଲେ କଂଗ୍ରେସ ଶାହରୁଖଙ୍କୁ ସମର୍ଥନ କରିବା ସହିତ ବିଜେକିକୁ ସମାଲୋଚନା କରିଛି ।ଆଇପିଏଲ୍ ୨୦୨୬ ପାଇଁ ବାଂଲାଦେଶର ଦ୍ରୁତ ବୋଲର ମୁସ୍ତାଫିଜୁର ରହମାନ ଖେଳିବେ ନା ନାହିଁ । ଏହା ଉପରେ ବିସିସିଆଇ ଏବେ ଯାଏ କିଛି ନିଷ୍ପତ୍ତି ନେଇନାହିଁ । କିନ୍ତୁ ନିଲାମୀରେ ତାଙ୍କୁ କୋଲକାତା ନାଇଟ୍ ରାଇଡର୍ସ ୯.୨୦ କୋଟି ଟଙ୍କାରେ କିଣିଛି । ଯାହାକୁ ନେଇ କେକେଆର ସହମାଲିକ ତଥା ବଲିଉଡ଼ ସୁପଷ୍ଟାର କିଙ୍ଗ୍ ଶାହରୁଖ ଖାନଙ୍କୁ ସମାଲୋଚନା କରିଛନ୍ତି ବିଜେପି ନେତା ସଙ୍ଗୀତ ସୋମ ।ଗୁରୁବାର, ନାଗପୁରରେ, ଆଧ୍ୟାତ୍ମିକ ଜଗତଗୁରୁ ରାମଭଦ୍ରାଚାର୍ଯ୍ୟ ଶାହାରୁଖ IPL 2026ରେ ମୁସ୍ତାଫିଜୁରଙ୍କୁ କିଣିବାକୁ ଦେଶ ବିରୋଧୀ ବୋଲି କହିଛନ୍ତି । ଏଭଳି ଲୋକଙ୍କର ଦେଶରେ ରହିବାର ଅଧିକାର ନାହିଁ । ବଲିଉଡ ଓ କ୍ରିକେଟ ଜରିଆରେ ଦେଶବିରୋଧୀ ତତ୍ତ୍ବଙ୍କୁ ବଳ ମିଳୁଛି ।