କିଶୋରଚନ୍ଦ୍ର ନୋଡାଲ ବିଦ୍ୟାପୀଠରେ ବ୍ଲକ ସ୍ତରୀୟ ଫୁଟବଲ ଓ ଭଲିବଲ ପ୍ରତିଯୋଗିତାଜିଲସ୍ତରକୁ ୮ ଜଣ ମନୋନୀତ
ଗଣିଆ – (ବିଶ୍ୱରଂଜନ ସେଠି ) ଗୁରୁବାର ଦିନ ପୂର୍ବାହ୍ନରେ ଗଣିଆସ୍ଥିତ ପିଏମଶ୍ରୀ କିଶୋର ଚନ୍ଦ୍ର ନୋଡାଲ ବିଦ୍ୟାପୀଠରେ ବ୍ଲକ ସ୍ତରୀୟ ଫୁଟବଲ ଓ ଭଲିବଲ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଏଥିରେ ଜିଲ୍ଲା ସ୍ତରରେ ଭାଗ ନେବାପାଇଁ କ୍ରୀଡାବିତ୍ ଚୟନ କରାଯାଇଥିଲା । ଏଇ କାଯ୍ୟକ୍ରମରେ ବ୍ଲକ ଶିକ୍ଷା ଅଧିକାରୀ ରବିନ୍ଦ୍ରନାଥ ରାଉତରାୟଙ୍କ ସଭାପତିତ୍ୱରେ ମୁଖ୍ୟ ଅତିଥି ଭାବେ ଗଣିଆ ପଞ୍ଚାୟତର ସରପଞ୍ଚ ଗିରିଧାରୀ ସେଠି ଯୋଗ ଦେଇଥିବାବେଳେ ସାମ୍ନାନୀତ ଅତିଥିଭାବେ ସମିତି ସଭ୍ୟ ଫକୀର ମୋହନ ଡାକୁଆ , ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନଶିକ୍ଷକ ପବିତ୍ର କୁମାର ବେହେରା, କ୍ରୀଡା ଶିକ୍ଷୟତ୍ରୀ କୁମୁଦିନୀ ଦେଇ ମଞ୍ଚରେ ଉପସ୍ଥିତ ରହିବା ସହିତ କ୍ରୀଡା ପ୍ରତିଯୋଗିତାକୁ ଆଗେଇ ନେଇଥିଲେ ଏହି ପ୍ରତିଯୋଗିତାକୁ ପରିଚାଳନା କରିଥିଲେ ଶାରୀରିକ ଶିକ୍ଷା ଶିକ୍ଷକ ବିଶ୍ୱରଂଜନ ସାହୁ ବିକାଶ ରଞ୍ଜନ ମଲ୍ଲ, , ନିରଞ୍ଜନ ମହାରଣା,ଅନନ୍ତ କୁମାର ବେହେରା ।

ଏଥିରେ ଗଣିଆ ବ୍ଲକର ବିଭିନ୍ନ ବିଦ୍ୟାଳୟରୁ ୧୦୦ ଉର୍ଦ୍ଧ ଛାତ୍ର, ଯୋଗଦେଇଥିବାବେଳେ ଜିଲ୍ଲା ସ୍ତରକୁ ରାମଚନ୍ଦ୍ର ପ୍ରାଣବନ୍ଧୁ ବିଦ୍ୟାପୀଠର ରାସଙ୍ଗର ଛାତ୍ର ରାକେଶ କୁମାର ମହାନ୍ତି , ପ୍ରିୟବ୍ରତ ରାଉତ ଓ ଶ୍ରୀଧର ସାମଲ ସେହିପରି କିଶୋର ଚନ୍ଦ୍ର ନୋଡାଲ ବିଦ୍ୟାପୀଠର ସିପୁ ସାହୁ, ସୁଧାଂଶୁ ମଲ୍ଲିକ, ଅମ୍ରିତ ସାହୁ ଓ ଦିନେଶ କୁମାର ପାଣି, ସେହିପରି ସରକାରୀ ଉଚ୍ଚ ବିଦ୍ୟାଳୟ ବଡସିଲିଙ୍ଗାର ଭାଗ୍ୟବାନ ନାୟକ ନାନୋନୀତ ହୋଇଥିବା ବେଳେ ସେମାନେ ଆସନ୍ତା କାଲି ଶୁକ୍ରବାର ଦିନ ପି ଏମ ଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟ ମହୀପୁରରେ ଖେଳିବେ ବୋଲି କିଶୋର ଚନ୍ଦ୍ର ନୋଡାଲ ବିଦ୍ୟାପୀଠର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ବେହେରା କହିଛନ୍ତି ।
