କୁବେର ଡେପୁଟି ମ୍ୟାନେଜର: ରେଡ୍ ବେଳେ ବାବୁଙ୍କ ଘରୁ ମିଳିଲା ୧ କେଜି ୧୪୦ ଗ୍ରାମ ସୁନା
ଭିଜିଲାନ୍ସ ଜାଲରେ ପୋଲିସ ହାଉସିଂ ଡେପୁଟି ମ୍ୟାନେଜର । OPHWC ଅଧିକାରୀଙ୍କ ୨୯ ପ୍ଲଟ୍ ରହିଛି । ଜଟଣୀ ବ୍ରହ୍ମପୁର ଓ ଅନ୍ୟ ସ୍ଥାନରେ ରହିଛି ୨୯ଟି ପ୍ଲଟ । ଭୁବନେଶ୍ବର କଳଙ୍ଗ ବିହାରରେ ରହିଛି ଦୁଇଟି ଘର । ଭିଜିଲାନ୍ସ ସମୁଦାୟ ତାଙ୍କଠାରୁ ୪୫ ଲକ୍ଷ ୪୧ ହଜାର ଟଙ୍କା ଜବତ କରିଛି। ଭିଜିଲାନ୍ସ ଟିମ୍ ତାଙ୍କ ବ୍ୟାଙ୍କ୍ ବାଲାନ୍ସ ଏବଂ ଲକର ଯାଞ୍ଚ କରୁଥିବା ବେଳେ କଳାଧନର ପରିମାଣ ବଢିବ ବୋଲି ଭିଜିଲାନ୍ସ କହିଛି। ବଡ଼ କଥା ହେଲା ଭୁବନେଶ୍ୱରର ଚନ୍ଦ୍ରଶେଖରପୁର ଅଞ୍ଚଳରେ ଥିବା ବିଦ୍ୟୁତ୍ଙ୍କ ଭଉଣୀଙ୍କ ବାସଭବନରୁ ୭୦ଟି ୫୦୦ ଟଙ୍କିଆ ନୋଟ ଏକ ଟିଣ ବାକ୍ସରୁ ମିଳିଥିଲା।ଅଭିଯୁକ୍ତ ବିଦ୍ୟୁତ୍ ରଞ୍ଜନ ଡେପୁଟି ମ୍ୟାନେଜର ଥିବାରୁ ସେ ଠିକାଦାରଙ୍କୁ ସହଯୋଗ କରୁଥିଲେ। କିଛି ହାତ ଗଣତି ଠିକାଦାରଙ୍କୁ ବିନା ଟେଣ୍ଡରରେ ଠିକା କାମ ଦେଉଥିଲେ। ଫଳରେ କଣ୍ଟ୍ରାକ୍ଟରମାନେ ତାଙ୍କୁ ପୁଳା ପୁଳା ଲାଞ୍ଚ ଟଙ୍କା ଦେଉଥିଲେ। ମଙ୍ଗଳବାର ସେ ଠିକାଦାରଙ୍କଠାରୁ ଲାଞ୍ଚ ଟଙ୍କା ନେଇଥିଲେ। ଖବର ପାଇ ଭିଜିଲାନ୍ସ ଟିମ୍ ତାଙ୍କୁ ପିଛା କରି ସମ୍ବଲପୁର ଷ୍ଟେଶନ ନିକଟରେ ଧରିଥିଲେ। ବିଦ୍ୟୁତ୍ ରଞ୍ଜନଙ୍କ ନଁାରେ ପୂର୍ବରୁ ମଧ୍ୟ ଲାଞ୍ଚ ନେବା ସମ୍ପର୍କିତ ଭିଜିଲାନ୍ସ ନିକଟରେ ଅଭିଯୋଗ ରହିଥିଲା।
