କୁମ୍ଭୀରଖଣି ବୃତଙ୍ଗ ନଦୀରେ କୁମ୍ଭୀର ଆତଙ୍କ, ନଦିକୁ ନ ଯିବାକୁ ସଚେତନ କଲା ବନବିଭାଗ
ଗଣିଆ : ( ବିଶ୍ୱରଂଜନ ସେଠି) ନୟାଗଡ଼ ମହାନଦୀ ବନ୍ୟପ୍ରାଣୀ ବନଖଣ୍ଡ ଅନ୍ତର୍ଗତ ଛାମୁଣ୍ଡିଆ ବନାଞ୍ଚଳର କୁମ୍ଭୀରଖଣି ନିକଟ ବୃତଙ୍ଗ ନଦୀରେ ଏକ ଘଡିଆଳ କୁମ୍ଭୀର ଦେଖିବାକୁ ମିଳିଛି । କୁମ୍ଭୀରକୁ ଦେଖି ଲୋକମାନ ମନରେ ଭୟର ବାତାବରଣ ସୃଷ୍ଟି ହୋଇଛି । କୁମ୍ଭୀରଖଣି ଗ୍ରାମର ଲୋକମାନେ ପ୍ରତିଦିନ ଗାଧୁଆ ଶୌଚ ପାଇଁ ଯାଉଥିବା ବେଳେ କୁମ୍ଭୀର ଭୟରେ ସ୍ନାନ ଶୌଚ ପାଇଁ ନଦୀକୁ ଯାଉନାହାନ୍ତି । ସ୍ଥାନୀୟ ଲୋକଙ୍କ ଠାରୁ ମିଳିଥିବା ସୂଚନା ଅନୁଯାଇ ଗତ କିଛି ଦିନ ହେବ ଲଘୁଚାପ ଜନିତ ବର୍ଷା ଯୋଗୁଁ ବୃତଙ୍ଗ ନଦୀରେ ବଢିପାଣି ଆସିଥିଲା । କୁମ୍ଭୀରଟି ପାଣି ବଢିବେଳେ ମହାନଦୀରୁ ବୃତଙ୍ଗ ନଦୀ ଦେଇ ଚାଲି ଆସିଥିବା ଅନୁମାନ କରାଯଉଛି । ଏ ସମର୍କରେ ସ୍ଥାନିୟ ଗ୍ରାମବାସୀ ବନ୍ୟପ୍ରାଣୀ ବିଭାଗକୁ ଅବଗତ କରିବା ପରେ ବନାଞ୍ଚଳ ଅଧିକାରୀ ଲଷ୍ମୀନାରାୟଣ ପଣ୍ଡାଙ୍କ ସମେତ ବନ କର୍ମଚାରୀ ମାନେ ବୃତଙ୍ଗ ନଦୀରେ ପହଂଚି ସ୍ଥାନୀୟ ଲୋକଙ୍କୁ ସତର୍କ କରାଇବା ସହ କୁମ୍ଭୀର ଗତିବିଧି ଉପରେ ନଜର ରଖିଥିବା କହିଛନ୍ତି ।
