କୁମ୍ଭୀର ପାଟିରେ ମହିଳା,କ୍ୟାମେରାରେ କଏଦ ହେଲା ଦୃଶ୍ୟ
ନଦୀକୁ ଶୌଚ ହେବା ପାଇଁ ଯିବା ବେଳେ ଟାଣିନେଲା କୁମ୍ଭୀର। ନଦୀ ଗର୍ଭରେ କୁମ୍ଭୀର ପାଟିରେ ମହିଳା। କୁମ୍ଭୀର ଅତି ନୃଂଶସଭାବେ ମହିଳାଙ୍କୁ ପାଟିରେ ଧରି ଖାଉଛି, ଯାହାର ଦୃଶ୍ୟ କ୍ୟାମେରାରେ କଏଦ ହୋଇଛି। କୁମ୍ଭୀର ମହିଳାଙ୍କୁ ଟାଣି ନେବା ପରେ ନଦୀକୂଳରେ ଲୋକଙ୍କ ଗହଳି ମଧ୍ୟ ଲାଗି ରହିଛି। ଏ ଦୃଶ୍ୟ ହେଉଛି ଯାଜପୁର ଜିଲ୍ଲା ବିଞ୍ଝାରପୁର ଥାନା କଣ୍ଟିଆ ଗାଁର। ସୂଚନାମୁତାବକ ଶୁକଦେବ ମହଲାଙ୍କ ପତ୍ନୀ ସୌଦାମିନୀ ମହଲା ନଦୀକୁ ଶୌଚ ହେବା ପାଇଁ ଯାଇଥିଲେ । ସେ ଶୌଚ ହେଲା ବେଳେ କୁମ୍ଭୀର ସୁବିଧା ଦେଖି ସୌଦାମିନୀଙ୍କୁ ଟାଣି ନେଇଥିଲା । ବଞ୍ଚିବା ପାଇଁ ସେ ଯେତେ ଚେଷ୍ଟା କଲେ ମଧ୍ୟ କୁମ୍ଭୀର କବଳରୁ ବର୍ତ୍ତି ପାରିନଥିଲେ । ସୌଦାମିନୀଙ୍କ ପାଟି ଶୁଣି ସମସ୍ତେ ଧାଇଁ ଆସିଥିଲେ । ହେଲେ ସେତେବେଳକୁ ତାଙ୍କ ପ୍ରାଣ ବାୟୁ ଉଡି ଯାଇଥିଲା । ନଦୀ ଗର୍ଭରେ କୁମ୍ଭୀର ସୌଦାମିନୀଙ୍କ ମୃତ ଶରୀରକୁ ନେଇଯାଇଥିଲା । ବନବିଭାଗ, ଓଡ୍ରାଫ, ଅଗ୍ନିଶମ ବାହିନୀ ମହିଳାଙ୍କ ମୃତଦେହ ଉଦ୍ଧାର କରିବା ପାଇଁ ଚେଷ୍ଟା କରିଥିଲେ ମଧ୍ୟ କିଛି ଲାଭ ମିଳିନଥିଲା।ତେବେ ଆଜି ମହିଳାଙ୍କ ମୃତଦେହ କାନ୍ତିଆ ଠାରୁ ପାଖାପାଖି ଏକ କିଲୋମିଟର ଦୂର
ବାଙ୍କୀପାଳ ନିକଟ ଖରସ୍ରୋତା ନଦୀ ପଠାରୁ ମିଳିଛି।
