କେଦାରେଶ୍ୱର ମନ୍ଦିର ର କିଛି ଜଣା ଅଜଣା କଥା


ଏହା ଅଷ୍ଟଶମ୍ଭୁ ମାନଙ୍କ ମଧ୍ୟରୁ ଅନ୍ୟତମ ।ଏହି କେଦାରେଶ୍ୱର ମନ୍ଦିର ଉପର ଅଂଶ ଭାଙ୍ଗି ଖସି ପଡ଼ି ଗଲାଣି ।ଏବେ ସୁଦ୍ଧା ବହୁ ପ୍ରସ୍ଥର ଖଣ୍ଡ ତଳେ ପଡ଼ିଛି ।୮୫ଡିସିମିଲ ସ୍ଥାନ ଉପରେ ମନ୍ଦିର ଓ ତାର ବେଢ଼ା ନିର୍ମିତ ହୋଇଛି ।ସାମ୍ନାରେ ନାଟ ମଣ୍ଡପ ଓ ଆଗରେ ପୁଷ୍କରିଣୀ ।ଏହି ଶିବ ମନ୍ଦିର ବାହାରେ ଛୋଟ ଛୋଟ ମନ୍ଦିର ଟିଏ ରହିଛି ।ପୂଜକ କହନ୍ତି,ବିରାଟ ରାଜା ,ଅନ୍ୟ ଛୋଟ ଜାତିର ପିତା ଙ୍କ ପାଇଁ ଏହି ଛୋଟ ମନ୍ଦିର ଟି ଥାପିଥିଲେ ଓ ସେମାନେ ମନ୍ଦିର ବାହାରେ ଥିବା ଏହି ଲିଙ୍ଗ କୁ ପୂଜା କରିବାର ସୌଭାଗ୍ୟ ଲାଭ କରିଥିଲେ ।ଦିନକୁ ୩ଥର ପୂଜା କରାଯାଏ ।ଶିବରାତ୍ରି ଓ ବଡ଼ ଓଷାରେ ବହୁ ଯାତ୍ରୀ ସମାଗମ ହୁଏ ।ପୂଜକ ମାନେ ବଂଶାନୁ କ୍ରମିକ ଭାବେ ପୂଜା କରି ଆସୁଛନ୍ତି ।

ଏହାର ବିମାନ ଓ ଜଗମୋହନ ପାଞ୍ଚରଥ ଅଟନ୍ତି ।ଏଠାରେ ଗଛ ମୂଳେ ପଡ଼ିଥିବା ପ୍ରାଚୀନ ମୂର୍ତ୍ତି ମାନେ ହେଲେ ଉମା ମହେଶ୍ୱର ଆଲିଙ୍ଗନ ମୂର୍ତ୍ତି ,ବିଶାଳ ରାଜସିଂହ,ମନ୍ଦିର,ଚରଣି, ଅଳଶୀ କନ୍ୟା , ଓ ସିଂହ ବିଡ଼ାଳ ଇତ୍ୟାଦି ।ଏହାର ବନ ପାର୍ଶ୍ଵରେ ଦ୍ଵାର ଦେଶରେ ଦୌ ଧାଡ଼ି ,ନଗରୀ ଲିପି ଖୋଦିତ ହୋଇଛି ।

ଯାହାର ସୁଦ୍ଧ ପାଠ ଏଯାଏ ହୋଇନାହିଁ।ମନ୍ଦିର ଗାତ୍ରରେ ଏକ ଶିଳା ଲେଖାରେ ଲେଖା ଅଛି ,କର୍ଣ୍ଣ ଦେବ କେଶରୀ ,ଯାହାକି ସୋମ ବଂଶର ଶେଷ ରାଜାଙ୍କ ଦ୍ଵାରା ଖୋଦିତ ହୋଇଥିବାର ପ୍ରମାଣ ଦିଏ ।ଏଣୁ ଏହା ସୋମ ବଂଶୀ ରାଜତ୍ଵର ଏକ ନିଦର୍ଶନ ।