କେନ୍ଦୁପଲ୍ଲୀ ଗଣପତି କ୍ଲବ୍ କ୍ରିକେଟ ଟୁର୍ଣ୍ଣାମେଣ୍ଟରେ ନୂଆଗାଁ କୁ ହରାଇ କୁମ୍ଭାରପଡ଼ା ଚାମ୍ପିଅନ ।
ଗଣିଆ -(ବିଶ୍ୱରଂଜନ ସେଠି) ଗଣିଆ କ୍ଲବ ରାସଙ୍ଗ ପଞ୍ଚୟତ କେନ୍ଦୁପଲ୍ଲୀ ଗଣପତି କ୍ରିକେଟ କ୍ଲବ୍
ଆନୁକୁଲ୍ୟରେ ଆୟୋଜିତ କ୍ରିକେଟ ଟୁର୍ଣ୍ଣାମେଣ୍ଟର ଗ୍ରାଣ୍ଡ ଫାଇନାଲ ମଙ୍ଗଳବାର ଦିନ ଅନୁଷ୍ଠିତ ହୋଇଯାଇଛି । ଏହି ଫାଇନାଲ ମ୍ୟାଚରେ କୁମ୍ଭାରପଡ଼ା କ୍ରିକେଟ କ୍ଲବ୍ ବନାମ ନୂଆଗାଁ କ୍ରିକେଟ କ୍ଲବ୍ ମଧ୍ୟରେ ଖେଳ ଅନୁଷ୍ଠିତ ହୋଇଥିଲା
। ପ୍ରଥମେ କୁମ୍ଭାରପଡ଼ା ଟସ୍ ଜିତି ଫିଲ୍ଡ କରିବାକୁ ନିଷ୍ପତି ନେଇଥିଲା ପ୍ରଥମେ ନୂଆଗାଁ ବ୍ୟାଟିଙ୍ଗ କରି ୧୨.୪ ଓଭର ରେ ସମସ୍ତ ୱିକେଟ୍ ହରାଇ ୧୧୮ ରନ ସଂଗ୍ରହ କରିଥିଲା । ତାହାକୁ ପିଛା କରି କୁମ୍ଭାରପଡ଼ା ଧୂଆଁଧାର ବ୍ୟାଟିଂ ଫଳରେ ୧୧.୪ ଓଭର ୫ ୱିକେଟ ବିଜୟ ଲକ୍ଷ୍ୟକୁ ହାସଲ କରିନେଇଥିଲା ।
। ଟୁର୍ଣ୍ଣାମେଣ୍ଟର ଫାଇନାଲରେ କୁମ୍ଭାରପଡ଼ା ଟିମର ହାପିଏହି ପ୍ଲେୟାର ଅଫ ଦି ମ୍ୟାଚ ପ୍ଲେୟାର ଅଫ ଦ ସିରିଜ ହୋଇଥିଲେ।। ବିଜେତା ଦଳକୁ ୬୦୦୦ ଟଙ୍କା ସହିତ ଟ୍ରଫି ଓ ଚେକ୍ ପ୍ରଦାନ କରାଯାଇଥିଲା ଓ ଉପବିଜେତା ଦଳକୁ ୪୦୦୦ ଟଙ୍କା ସହିତ ଟ୍ରଫି ଓ ଚେକ୍ ପ୍ରଦାନ କରାଯଇଇଥିଲା । ଏହି ସିରିଜକୁ ଅମ୍ପାୟାର କାଳିଆ ବେହେରା ଏବଂ ଆଦିକନ୍ଦ ବେହେରା ଖେଳ ପରିଚାଳନା କରିଥିଲେ ।ଏହି ଉଦଯାପନୀ ଖେଳରେ ମୁଖ୍ୟ ଅତିଥି ଭାବେ ଗଣିଆ ସାମ୍ୱାଦିକ ସଙ୍ଘର ସଭାପତି ତଥା ଗଣିଆର ଅଗ୍ରଣୀ ଶିକ୍ଷାନୁଷ୍ଠାନ ଆଡ଼ଭାନ୍ସଡ ଟିଉଟୋରିଆଲର ପରିଚାଳକ ବିଶ୍ୱରଂଜନ ସେଠି ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ସାମ୍ୱାଦିକ ସଂଘର କୋଷାଧ୍ୟକ୍ଷ ତଥା ଫୋକସ ପ୍ଲସର ଗଣିଆ ବ୍ଲକ ପ୍ରତିନିଧି ସମୀର କୁମାର ବେହେରା , କେନ୍ଦୂପଲ୍ଲି ଗ୍ରାମର ସଭାପତି ପରମାନନ୍ଦ ସାହୁ , ସହଦେବ ବେହେରା , ରଞ୍ଜନ ବେହେରା , ପ୍ରଦୀପ ବେହେରା , ପ୍ରଫୁଲ୍ଲ ବେହେରା ଓ ବାବୁଲ ଖୁଣ୍ଟିଆ ଯୋଗ ଦେଇ ଟୁର୍ଣ୍ଣାମେଣ୍ଟକୁ ସାଫଲ୍ୟମଣ୍ଡିତ କରିଥିଲେ ।
