କେବିସି-୧୭’ସେଟ୍ ରେ ଭାବୁକ ହେଲେ ବିଗ୍ ବି : କହିଲେ …
ସବୁଠାରୁ ଲୋକପ୍ରିୟ ପ୍ଲାଟଫର୍ମ ‘କୌନ ବନେଗା କରୋଡପତି’ଶୋ’ର ସିଜିନ୍ ୧୭ ଶେଷ ହୋଇଛି । ଏହି ସିଜିନକୁ ବିଦାୟ ଦେବା ସମୟରେ ବିଗ୍ ବି ତାଙ୍କ ଫ୍ୟାନ୍ସଙ୍କୁ ଚମତ୍କାର ପ୍ରଦର୍ଶନ ଦେଖାଇଛନ୍ତି । ଏଥିସହ ଏହି ଏପିସୋଡରେ କିକୁ ଶାରଦାଙ୍କୁ ମଧ୍ୟ ଦେଖିବାକୁ ମିଳିଛି । ଯିଏ ସମସ୍ତଙ୍କୁ ହସାଇଛନ୍ତି । ଏହି ସମୟରେ ଅମିତାଭଙ୍କୁ ଖୁବ୍ ଇମୋସନାଲ ହେଉଥିବାର ଦେଖିବାକୁ ମିଳିଥିଲା । ଏଥିସହ ଅମିତାଭ କହିଛନ୍ତି ଯେ, କିଛି ଏମିତି ମୁହୂର୍ତ୍ତ ଅନୁଭବ କରୁ ଯାହା ପରେ ଫାଇନାଲ ପଏଣ୍ଟରେ ପହଞ୍ଚାଇଦିଏ ।ଅମିତାଭ ବଚ୍ଚନ ୨୦୦୦ ମସିହାରେ ପ୍ରଥମ କରି KBC ସହିତ ଯୋଡ଼ି ହୋଇଥିଲେ। ବର୍ତ୍ତମାନ ୨୦୨୬ ମସିହାରେ ଏହି ସଫଳ ଯାତ୍ରାକୁ ୨୬ ବର୍ଷ ପୂରିଛି। ଅମିତାଭଙ୍କୁ ଏବେ ୮୩ ବର୍ଷ ବୟସ । ସେ ନିଜର ଭାବୁକ ସମ୍ବୋଧନରେ କହିଛନ୍ତି, “ଯଦି ମୁଁ ମୋର ବୟସକୁ ଦେଖେ, ତେବେ ମୋ ଜୀବନର ପ୍ରାୟ ଏକ ତୃତୀୟାଂଶ ଅଂଶ ଏହି ‘କୌନ ବନେଗା କରୋଡପତି’ ସେଟ୍ରେ କଟିଛି ।
ଏଠାକାର କାନ୍ଥ, ଏହି ଆଲୋକ, ଏହି ଚେୟାର ଏବଂ ସର୍ବୋପରି ଆପଣମାନଙ୍କର ତାଳିମାଡ଼ ମୋତେ ବଞ୍ଚିବାର ଏକ ନୂଆ ଶକ୍ତି ଦେଇଛି।”ବିଗ୍ ବି କହିଛନ୍ତି ଯେ, KBC ହିଁ ତାଙ୍କୁ ଲୋକଙ୍କ ନିକଟତର କରାଇଛି । ବଡ଼ ପରଦାରେ ଜଣେ ‘ସୁପରଷ୍ଟାର’ ଭାବରେ ସେ ଯେତିକି ଭଲପାଇବା ପାଇଛନ୍ତି, KBC ର ‘ହଟ୍ ସିଟ୍’ ସାମ୍ନାରେ ବସି ସେ ସାଧାରଣ ଜନତାଙ୍କ ଜଣେ ନିଜର ମଣିଷ ପାଲଟି ଯାଇଛନ୍ତି । ସେ କହିଛନ୍ତି, “ହୃଦୟର ଗଭୀରତାରୁ ମୁଁ ସେହି ସମସ୍ତ ପ୍ରଶଂସକଙ୍କୁ ଧନ୍ୟବାଦ ଜଣାଉଛି, ଯେଉଁମାନେ ମୋର ଭଲ ଏବଂ ଖରାପ ସମୟରେ ମୋ ସହ ଠିଆ ହୋଇଛନ୍ତି ।ବିଗ୍ ବିଙ୍କ ଫିଲ୍ମ ବିଷୟରେ କହିବାକୁ ଗଲେ ସେ ପରବର୍ତ୍ତୀ ସମୟରେ “ସେକ୍ସନ୍ 84” ଏବଂ “କଲ୍କି 2898 ଏଡି”ର ସିକ୍ୱେଲ୍ ରେ ନଜର ଆସିବେ। “ସେକ୍ସନ୍ 84” ରେ, ବିଗ୍ ବି ଅଭିଷେକ ବାନାର୍ଜୀ ଏବଂ ନିମରତ କୌରଙ୍କ ସହିତ ଅଭିନୟ କରିଛନ୍ତି। “କଲ୍କି 2898 ଏଡି” ରେ ସେ ପ୍ରଭାସଙ୍କ ବିପକ୍ଷରେ ନଜର ଆସିବେ ।
