କେବେ ଆସିବ ପିଏମ୍ କିସାନର ୨୧ତମ କିସ୍ତି?
ପ୍ରଧାନମନ୍ତ୍ରୀ କିସାନ ସମ୍ମାନ ନିଧି ଯୋଜନାରେ ସାମିଲ ଥିବା ଚାଷୀଙ୍କ ପାଇଁ ଖୁସି ଖବର । ପିଏମ୍ କିସାନର ୨୧ତମ କିସ୍ତି ଦୀପାବଳି ପୂର୍ବରୁ କିମ୍ବା ଦୀପାବଳିରେ ମିଳିବା ନେଇ ଆଶା କରାଯାଉଥିଲା । କିନ୍ତୁ ଏବେ ତାହା ମିଳିବନି । ନଭେମ୍ବର ପ୍ରଥମ ସପ୍ତାହରେ ପିଏମ୍ କିସାନର ୨୧ତମ କିସ୍ତି ଚାଷୀଙ୍କ ଖାତାକୁ ଆସିପାରେ । ଏ ନେଇ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି ।ତାରିଖ ଘୋଷଣା ହୋଇନଥିଲେ ବି ଦେଶର କିଛି ରାଜ୍ୟର ଚାଷୀଙ୍କୁ ପିଏମ୍ କିସାନ କିସ୍ତି ଟଙ୍କା ଆଗୁକ ମିଳିସାରିଛି। ଜାମ୍ମୁ କାଶ୍ମୀର, ପଞ୍ଜାବ, ଉତ୍ତରାଖଣ୍ଡ ଏବଂ ହିମାଚଳ ପ୍ରଦେଶର ଚାଷୀଙ୍କ ଖାତାକୁ ଆସିସାରିଛି ପିଏମ୍ କିସାନ ଟଙ୍କା ।ତେବେ ଦେଶର ଅନ୍ୟ ସମସ୍ତ ରାଜ୍ୟର ଚାଷୀଙ୍କୁ ନଭେମ୍ବର ପ୍ରଥମ ସପ୍ତାହରେ ଟଙ୍କା ପଠାଇପାରନ୍ତି କେନ୍ଦ୍ରର ନରେନ୍ଦ୍ର ମୋଦି ସରକାର । କୋଟି କୋଟି ଚାଷୀଙ୍କ ଖାତାକୁ ୨ ହଜାର ଟଙ୍କା ଲେଖାଏଁ ପଠାଇବେ ସରକାର ।ଯଦି ଆପଣ E-KYC କିମ୍ବା ଆକାଉଣ୍ଟ ସହ ଆଧାର କାର୍ଡ ଲିଙ୍କ କରିନାହାନ୍ତି ତେବେ ୨୧ତମ କିସ୍ତି ଆସି ନପାରେ । ତେଣୁ E-KYC କରିବା ବାଧ୍ୟତାମୂଳକ କରାଯାଇଛି ।
