କେମିତି ଘରେ ତିଆରି କରିବେ ‘ଚିକେନ କବାବ’

ଚିକେନକୁ ନେଇ ଅନେକ ରେସିପି ଆମେ ତିଆରି କରିଥାଉ । ସାଧାରଣତଃ ମାର୍କେଟରେ ମିଳୁଥିବା ଫାଷ୍ଟଫୁଡ୍‌ ବା ବିଭିନ୍ନ ଜଙ୍କ୍‌ ଫୁଡ୍ ଖାଇବା ପାଇଁ ଲୋକମାନେ ବେଶୀ ପସନ୍ଦ କରିଥାନ୍ତି । କିନ୍ତୁ ବାହାରେ ଫାଷ୍ଟଫୁଡ୍‌ ଖାଇବା ଦ୍ୱାରା ଦେହ ଖରାପ ହୋଇଥାଏ । ସେଥିପାଇଁ ଆଜି ଆମେ ଚିକେନର ଏକ ରେସିପି ବନେଇବୁ ଯାହା ଆପଣ ରେଷ୍ଟୁରାଣ୍ଟ ଭଳି ସ୍ୱାଦ ଦେବ । ଆଜି ଆମେ ବନାଇବା ରେଷ୍ଟୁରାଣ୍ଟ ଷ୍ଟାଇଲରେ ‘ଚିକେନ କବାବ’ ।

ଚିକେନ କବାବ’ ବନେଇବା ପାଇଁ ଆବଶ୍ୟକ ସାମଗ୍ରୀ: ବୋନଲେସ୍ ଚିକେନ,ବ୍ରେଡ୍, କଞ୍ଚା ଲଙ୍କା, ରସୁଣ, ପୁଦିନା ପତ୍ର , ଧନିଆ ପତ୍ର, ବଟର, କଟା ପିଆଜ, ଲୁଣ, ଅଦା, ରସୁଣ, ଧନିଆ ପାଉଡର, ଜିରା ପାଉଡର, ଗରମ ମସଲା, ହଳଦୀ ପାଉଡର, ଲଙ୍କା ପାଉଡର, ଲୁଣ, ଚିଜ୍‌, କଞ୍ଚା ଅଣ୍ଡା, ତେଲପ୍ରସ୍ତୁତି ପ୍ରଣାଳୀ:
ପ୍ରଥମେ ବୋନଲେସ୍ ଚିକେନକୁ ଗ୍ରାଇଣ୍ଡିଂ କରି ଏକ ପାତ୍ରରେ ରଖନ୍ତୁ।
ଏହାପରେ ବ୍ରେଡ୍,କଞ୍ଚା ଲଙ୍କା, ରସୁଣ, ପୁଦିନା ପତ୍ର ଓ ଧନିଆ ପତ୍ରକୁ ଗ୍ରାଇଣ୍ଡିଂ କରି ଏକ ପାତ୍ରରେ ରଖନ୍ତୁ।
ଏହାପରେ ଗ୍ରାଇଣ୍ଡିଂ କରି ରଖିଥିବା ଚିକେନରେ ବଟର, କଟା ପିଆଜ, ଅଦା,ରସୁଣ ପକାନ୍ତୁ
ଏହାପରେ ଧନିଆ ପାଉଡର, ଜିରା ପାଉଡର, ଗରମ ମସଲା, ହଳଦୀ ପାଉଡର,ଲଙ୍କା ପାଉଡର ଓ ସ୍ୱାଦ ଅନୁସାରେ ଲୁଣ ପକାଇ ଭଲ ଭାବରେ ଗୋଳାଇ ଦିଅନ୍ତୁ।
ଏହାପରେ ମସଲା ମାଂସରେ ମଝିରେ ଚିଜ୍‌ ଦେଇ କବାବ ସେପରେ ଗଢ଼ନ୍ତୁ।
ଏହାପରେ ଏକ କଞ୍ଚା ଅଣ୍ଡାକୁ ଭଲ ଭାବରେ ଗୋଳାଇ ଏକ ପାତ୍ରରେ ରଖନ୍ତୁ।
ଗଢ଼ି ରଖିଥିବା କବାବ୍‌କୁ ଅଣ୍ଡାରେ ଗୋଳାଇ ପୂର୍ବରୁ ଗ୍ରାଇଣ୍ଡିଂ କରି ରଖିଥିବା ବ୍ରେଡ୍‌ ଗୁଣ୍ଡରେ ମିଶାଇ ଛାଣନ୍ତୁ।
ଛାଣିବାବେଳେ ଗ୍ୟାସ ଆଞ୍ଚକୁ ମିଡିୟମ ରଖନ୍ତୁ।
ଚିକେନ କବାବଟି ଦୁଇ ପାଖ ହୋଇଗଲା ପରେ ତାକୁ ଏକ ପାତ୍ରକୁ କାଢ଼ି ଦିଅନ୍ତୁ।

ଏବେ ପ୍ରସ୍ତୁତ ହୋଇଗଲା ମାର୍କେଟ ଭଳି ‘ଚିକେନ କବାବ’। ଘରକୁ କୁଣିଆ ଆସିଲେ ଆପଣ ଏହି ରେସିପିଟିକୁ ଘରେ ବନେଇ ପରଷି ପାରିବେ ।