କେମିତି ବିନା ଇଣ୍ଟରନେଟରେ ଚାଲିବ ହ୍ୱାଟସାଆପ ଆସନ୍ତୁ ଜାଣିବା

ଆପଣ ବିନା ଇଣ୍ଟରନେଟରେ ଚାଟ୍‍ ସିମ୍‍ ଦ୍ୱାରା ହ୍ୱାଟସାଆପ ଚଲାଇପାରିବେ । ଏଥିପାଇଁ ଆପଣଙ୍କୁ ପ୍ରଥମେ ଏକ ଚାଟ୍‍ ସିମ୍‍ କିଣିବାକୁ ପଡ଼ିବ । ଆପଣ ଭାବୁଥିବେ ଏହି ଚାଟ୍‍ ସିମ୍‍ କ’ଣ ? ଏହି ଚାଟ୍‍ ସିମ୍‍ ହେଉଛି ଏକ ଭିନ୍ନ ପ୍ରକାରର ସିମ୍‍ । ଯାହା କେବଳ ୱେବସାଇଟ୍‍ ଓ ଦୋକାନରେ ମିଳିବ । ସେଠାରୁ ସିମ୍‍ ଟିକୁ ଆଣିବା ପରେ ନିଜର ମୋବାଇଲରେ ଇନଷ୍ଟଲ କରିବେ । ଇନଷ୍ଟଲ କରିବା ଦ୍ୱାରା ଆପଣ ଏକ ବର୍ଷ ପାଇଁ ବିନା ଇଣ୍ଟରନେଟରେ ହ୍ୱାଟସାଆପ ଚଳାଇପାରିବେ ।

ଜାଣନ୍ତୁ ଚାଟ୍‍ ସିମ୍‍ ବିଷୟରେ କିଛି ତଥ୍ୟ
ଚାଟ୍‍ ସିମର ମୂଲ୍ୟ ୧୮୦୦ ଟଙ୍କା ରହିଛି । ଏହା ଏକ ବର୍ଷର ବୈଧତା ସହ ଆପଣଙ୍କୁ ମିଳିବ । ପରେ ଏହାକୁ ଆପଣ ପୁଣି ରିଚାର୍ଜ କରିପାରିବେ । ଏହି ସିମ୍‍ ସମସ୍ତ ପ୍ରକାରର ମୋବାଇଲରେ ବ୍ୟବହାର କରାଯାଇପାରିବ । ସବୁଠାରୁ ବଡ଼ କଥା ହେଉଛି ଏହି ଚାଟ୍‍ ସିମକୁ ଆପଣ ଦେଶ ବିଦେଶରେ ମଧ୍ୟ ବ୍ୟବହାର କରିପାରିବେ ।