କେରଳରେ ପଶିଛନ୍ତି ଓଡ଼ିଶାର ଦୁଇ ଡାକ୍ତର ।

କେରଳରେ ପଶିଛନ୍ତି ଓଡ଼ିଶାର ଦୁଇ ଡାକ୍ତର । ସେମାନଙ୍କୁ ଉଦ୍ଧାର କରିବାକୁ ଜୋରଦାର ପ୍ରୟାସ କରିଛନ୍ତି ରାଜ୍ୟ ସରକାର । ଏନେଇ କେରଳର ସ୍ୱତନ୍ତ୍ର ରିଲିଫ କମିଶନରଙ୍କ ସହ ଓଡ଼ିଆ ଅଧିକାରୀଙ୍କ ସହିତ କଥାବାର୍ତ୍ତା କରିଛନ୍ତି ଓଡ଼ିଶାର ସ୍ୱତନ୍ତ୍ର ରିଲିଫ କମିଶନର ।ଉଭୟ ଡାକ୍ତରଙ୍କ ଖୋଜ ଖବର ମିଳିନାହିଁ, ହେଲେ ତାଙ୍କ ପତ୍ନୀମାନେ ଚିକିତ୍ସିତ ହେଉଛନ୍ତି ।

ଭାରତ ସରକାର ମଧ୍ୟ ସହାୟତା କରୁଛନ୍ତି। ବାୟୁ ସେନା ଏବଂ ଏନଡିଆରଏଫ ସହ ମଧ୍ୟ ଆମେ ଯୋଗାଯୋଗରେ ଅଛୁ। ରାଜସ୍ବ ବିଭାଗ ଓ ଜିଲ୍ଲା ପ୍ରଶାସନ ଉଭୟଙ୍କ ପରିବାର ପାଖରେ ପହଞ୍ଚିଛି, ତାଙ୍କ ପରିବାର ସହ ସରକାର ଅଛନ୍ତି। ଆମେ ତାଙ୍କୁ ନିୟମିତ ଅପଡେଟ କରୁଛୁ।ଏନେଇ ସୂଚନା ଦେଇଛନ୍ତି ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ।