କୋଣାର୍କ ବିଜ୍ଞାପିତ ଅଞ୍ଚଳ ପରିସଦର ୧୩ ଗୋଟି ୱାର୍ଡ ରେ ପିଇବା ପାଣି ନାରେ ଦେଉଛନ୍ତି ଗୋଳିଆ ପାଣି।

କୋଣାର୍କ ବିଜ୍ଞାପିତ ଅଞ୍ଚଳ ପରିଷଦର ୧୩ ଟି ଓ୍ୟାର୍ଡରେ ଏବେ ପିଇବା ପାଣି ନାଁ ରେ ଦେଉଛନ୍ତି ଗୋଳିଆ ପାଣି।ପିଇବା ପାଣି ଟୋପେ ପାଇଁ ଡହଳ ବିକଳ ହେଉଛନ୍ତି ୧୩ଟି ୱାର୍ଡ ର ବାସିନ୍ଦା।ବାରମ୍ବାର କୋଣାର୍କ ବିଜ୍ଞାପିତ ଅଞ୍ଚଳ ପରିଷଦର କାଉନିସିଲର, ଅଧକ୍ଷା ଓ ସ୍ଥାନୀୟ ଓ୍ବାଟ୍ କୋ ର ସହାୟକ ପରିଚାଳକ ଯନ୍ତ୍ରୀ ଦୀପ୍ତି ରଞ୍ଜନ ପାତ୍ର ଙ୍କ ପାଖକୁ ଅଭିଯୋଗ ନେଇ ଦୌଡ଼ି ଦୌଡ଼ି ନିରାଶ ହେବାକୁ ପଡିଛି । ସାମନ୍ୟ ପିଇବା ପାଣି ଟିକେ ପାଇବାରୁ ବଞ୍ଚିତ ହେଉଛନ୍ତି କୋଣାର୍କ ବାସିନ୍ଦା।ବିଶ୍ବ ପ୍ରଶିନ୍ଧ କୋଣାର୍କରେ ଏବେ ପିଇବା ପାଣି ପାଇଁ ଡ଼ହଳ ବିକଳ ହେଉଛନ୍ତି ବିଜ୍ଞାପିତ ଅଞ୍ଚଳ ପରିସଦର ୧୩ ଗୋଟି ୱାର୍ଡ ର ହଜାର ହଜାର ବାସିନ୍ଦା। ବାରମ୍ବାର ପିଇବା ପାଣି ପାଇଁ ଅଭିଯୋଗ କଲେବି ଫଳ ଶୂନ୍ ହୋଇଛି।ଆମେ ଦେଖାଉଛୁ କୋଣାର୍କ ଓ୍ବାଟ୍ କୋ ସେକ୍ସନ୍ ଦ୍ବାରା ନିର୍ମାଣ ହୋଇଥିବା ପିଇବା ପାଣି ଟାଙ୍କିର ଦୃଶ୍ୟ।କୋଣାର୍କ ବସଷ୍ଟାଣ୍ଡ, ମେଡିକାଲ ଛକ ରାମ ମନ୍ଦିର ସହ ବିଭିନ୍ନ ୱାର୍ଡ ରେ ଲକ୍ଷ୍ ଲକ୍ଷ ଲିଟର ଭରି ରହୁଥିବା ପିଇବା ପାଣି ର ବ୍ୟବସ୍ଥା କରାଯାଇଛି ସତ୍ୟ ହେଲେ ସବୁ ସମୟରେ କେବଳ ଏଥିରେ ଅଳିଆ ଅର୍ବଜନା ପାଣି ଛଡା ଭଲ ପାଣିଟିକେ ଏପର୍ଯ୍ୟନ୍ତ ପାଇ ପାରିଲେ ନାହିଁ କୋଣାର୍କ ର ୧୩ ଓ୍ୟାର୍ଡର ବାସିନ୍ଦା। ୱାଟକୋ ର ସ୍ଥାନୀୟ ଅଧିକାରୀ ଙ୍କ ମନମୁଖୀ ପରିଚାଳଗତ ତ୍ରୁଟି ଓ ଅଭିଜ୍ଞନ୍ତା ର ଅଭାବପାଇଁ ଏପରି ସମସ୍ୟା ଭୋଗୁଛନ୍ତି ଅଂଚଳବାସୀ ।କାକଟପୁର ବିଧାୟକ ଠାରୁ ଆରମ୍ଭ କରି କୋଣାର୍କ NAC ଅଧକ୍ଷା , କୋଣାର୍କ ଓ୍ବାଟ୍ କୋ ସେକ୍ସନ୍ ଯନ୍ତ୍ରୀ ଦୀପ୍ତିରଞ୍ଜନ ପାତ୍ର ଙ୍କ ପାଖରେ ଅଭିଯୋଗ କଲା ପରେବି କୈଣସି ପ୍ରକାର ଭଲ ମୁନ୍ଧେ ପିଇବା ପାଣି ମିଳିଲା ନାହିଁ ବୋଲି ଅଭିଯୋଗ କରିଛନ୍ତି କୋଣାର୍କ ବାସିନ୍ଦା ୨ହଜାର ରୁ ୫ ହଜାର ଲିଟର ପାଣି ଧରିବା ପାଇଁ ବିରାଟକାୟ ପାଣି ଟାଙ୍କି ନିର୍ମାଣ ହୋଇ ବିଭିନ୍ନ ଗ୍ରାମ ଓ ୱାର୍ଡ କୁ ଯୋଗାଇବା ପାଇଁ ପାଣିଟାଙ୍କି କୋଟି କୋଟି ଟଙ୍କା ବ୍ୟୟ ରେ ତିଆରି କରାଯାଇଥିଲା।୧ନମ୍ବର ଠାରୁ ୧୩ ନଂ ୱାର୍ଡ ପର୍ଯ୍ୟନ୍ତ ପ୍ରାୟ ୨୦ ହଜାର ରୁ ଉର୍ଦ୍ଧ୍ଵ ଲୋକ ହୋଇଥାନ୍ତେ ଉପକୃତ ହେଲେ ସବୁବେଳେ କେବଳ ମାଟିଆ ପାଣି ସହ ପୋକ, ଜୋକ ପାଣିରେ ଆସୁଥିବା ଦେଖିବାକୁ ମିଲୁଛି । ଫଳରେ ସେହି ପାଣି ଦ୍ବାରା ବିଭିନ୍ନ ରୋଗର ଶିକାର ହେଉଛନ୍ତି ଛୋଟ ଛୋଟ ଶିଶୁ ଠାରୁ ବୃନ୍ଧ, ବୃନ୍ଧା ।ଖାଲି ସେତିକି ନୁହେଁ ଏବେବି କୋଣାର୍କ ବିଜ୍ଞାପିତ ଅଞ୍ଚଳ ପରିସଦ ର ୧୩ ଟି ୱାର୍ଡ ରେ ଏବେ ପିଇବା ପାଣି ଯୋଗାଇବା ପାଇଁ ପୁନଃ ବସଷ୍ଟାଣ୍ଡ ,ଡାକ୍ତରଖାନା ପାଖ ଓ ମହାବୀର ମନ୍ଦିର ପାଖ ଓ ନାଗାମଠ ରେ ୧୦ ଲକ୍ଷ ଲିଟର ବିଶିଷ୍ଠ ପାଣି ଟାଙ୍କି ୧୨ କୋଟି ରୁ ଉର୍ଦ୍ଧ୍ବ ଟଙ୍କା ବ୍ୟୟରେ ନିର୍ମାଣ ଚାଲିଥିବା ବେଳେ କୋଟି କୋଟି ଟଙ୍କା ଖର୍ଚ୍ଚ ହେଉକି ମଧ୍ୟ ଏପର୍ଯ୍ୟନ୍ତ କୋଣାର୍କ ବାସିନ୍ଦା ଭଲ ପିଇବା ପାଣି ଟିକେ ପାଇବାରୁ ବଞ୍ଚିତ ହେଉଛନ୍ତି।ବାରମ୍ବାର ଓ୍ବାଟ୍ କୋ ସେକ୍ସନ୍ ପୁରୀ ଅଫିସ ଓ କୋଣାର୍କ ଅଫିସରେ ଅଭିଯୋଗ କଲେବି ଯନ୍ତ୍ରୀ ଓ ଅଧିକାରୀ କୈଣସି ମତେ ଅଭିଯୋଗ କୁ ଶୁଣୁ ନଥିବାକୁ ନେଇ ଚିନ୍ତାରେ କୋଣାର୍କ ବିଜ୍ଞାପିତ ଅଞ୍ଚଳ ପରିସଦ ୧୩ ଟି ଓ୍ୟାର୍ଡର ବାସିନ୍ଦା। ଏ ନେଇ ଆମେ କୋଣାର୍କ ଓ୍ବାଟ୍ କୋସେକ୍ସନ୍ ର ଯନ୍ତ୍ରୀ ଓ ପୁରୀ ଅଧିକାରୀ ଙ୍କୁ ଯୋଗାଯୋଗ କରିଥିଲେ ମଧ୍ୟ ସେମାନେ କ୍ୟାମେରା ସମୁଖକୁ ଆସିଲେ ନାହିଁ ପରେ କୋଣାର୍କ ବିଜ୍ଞାପିତ ଅଞ୍ଚଳ ପରିସଦ ର ଅଧକ୍ଷା ସଂଯୁକ୍ତା ତ୍ରିପାଠୀ ଙ୍କୁ ପଚାରିବାରୁ ସେ ଆମ କ୍ୟାମେରା ସମୁଖରେ କୈଣସି ଉତ୍ତର ନରଖିବା ସହ ପରୋକ୍ଷରେ କହିଛନ୍ତି ୭ଦିନ ଭିତରେ ଭଲ ପିଇବା ପାଣି ୧୩ ଟି ଓ୍ୟାର୍ଡକୁ ମିଳିବା ପାଇଁ। ସବୁଠାରୁ ବଡ କଥା କୋଣାର୍କ ଯନ୍ତ୍ରୀ ଆଜକୁ ୧୨ ରୁ ୧୩ ବର୍ଷ ହେବ କୋଣାର୍କ ଅଫିସରେ ରହିବା ବେଳେ କାହିଁକି ଏପର୍ଯ୍ୟନ୍ତ ଭଲ ପିଇବା ପାଣି ଟୋପେ ଯୋଗାଉ ନାହାଁନ୍ତି। କଣ ରାଜ୍ୟ ସରକାର ଦେଉଥିବା କୋଟି କୋଟି ଟଙ୍କା କେବଳ ଠିକାଦାର ଓ ଯନ୍ତ୍ରୀ ଙ୍କ ପାଇଁ ଖର୍ଚ୍ଚ ହେଉଛି କି? କାହିଁକି ବାରମ୍ବାର ବିଭିନ୍ନ ସ୍ଥାନରେ ପାଣି ଟାଙ୍କି କରା ଯାଉଥିବା ବେଳେ ସାଧାରଣ ଲୋକେ ଟୋପେ ଭଲ ପିଇବା ପାଣି ପାଇପାରୁ ନାହାଁନ୍ତି। କାହିଁକି କୋଟିକୋଟି ଟଙ୍କା ଖର୍ଚ୍ଚରେ ନିର୍ମାଣ ହେଉଛି ବଡବଡ ପାଣିଟାଙ୍କି। କାହା ସ୍ବାର୍ଥରେ ଖର୍ଚ୍ଚ ହେଉଛି ଟଙ୍କା। କଣ ପାଇଁ ସରକାରୀ ଦରମା ପାଇଁ ମନ୍ତ୍ରୀ କର୍ମଚାରୀ ପୋଷା ହେଉଛନ୍ତି। କଣ କରୁଛନ୍ତି ରାଜ୍ୟ ସରକାର। ଏପରି ପଶ୍ନ ଉଠାଇଛନ୍ତି ସ୍ଥାନୀୟ ବାସିନ୍ଦା। ନଚେତ ଆଗାମୀ ଦିନରେ କୋଣାର୍କ ୧୩ ଟି ୱାର୍ଡ ର ସମସ୍ତ ଲୋକେ ରାଜରାସ୍ତାକୁ ଓଲାହିବେ ବୋଲି ଦେଇଛନ୍ତି ଚେତାବନୀ