କୋଣାର୍କ ଯାତ୍ରୀନିବାସ ର ୪୬ ବିଶିଷ୍ଟ ଘରରୁ ୧୭ ଘର ଏବେ ଅକାମି, ସବୁ ଦେଖି ପର୍ଯ୍ୟଟନ ବିଭାଗ ନିରବ।

ପର୍ଯ୍ୟଟନ ବିଭାଗ ପକ୍ଷରୁ ସେ ସମୟର ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକ କଳକମଳରେ ୧୯୮୭ ମସିହା ଅକ୍ଟୋବର ୧୦ ତାରିଖରେ ଭିତ୍ତି ପ୍ରସ୍ତର ସ୍ଥାପନ କରାଯାଇ ନଭେମ୍ବର ୨୪ ତାରିଖ ୧୯୯୨ମସିହାରେ ପର୍ଯ୍ୟଟକମାନଙ୍କ ସେବାରେ ଲାଗିବା ପାଇଁ ମାନ୍ୟବର ପର୍ଯ୍ୟଟନ ମନ୍ତ୍ରୀ ଅନଙ୍ଗ ଉଦୟ ସି°ହ ଦେଓ ଦ୍ବାରା ଉଦୁଘାନଟ ହୋଇଥିବା ଯାତ୍ରୀନିବାସ ୨୮ ବଖରା ଘର ବିଶିଷ୍ଟ ଏବେ ରକ୍ଷଣାବେକ୍ଷଣ ଅଭାବରୁ ୧୨ଟି ଘରେ ପାଣି ଲିକେଜ କରୁଥିବା ସହ ଘରର କବାଟ ,ଝରକା, ସିଲିଙ୍ଗିରୁ ପ୍ରାଷ୍ଟର ଛାଡିବା ସହ ଶୋଚନୀୟ ଅବସ୍ଥା ଖରାପ ହେବା ବେଳେ ବଡବଡିଆ ମାନଙ୍କ ପାଇଁ ନିର୍ମାଣ ହୋଇଥିବା ଗୃହ ୨୦୦୧ ଶିଳାନ୍ୟାସ ହୋଇ ୨୦୦୩ ଶେଷ ହୋଇଥିବା୧୮ ବଖରା ଗୃହରୁ ୫ ବଖରା ଗୃହକୁ ଭାଙ୍ଗି ନୂତନ ମଡେଲରେ କାର୍ଯ୍ୟ କରିବା ସହ ଗୃହ କୁ ମରାମତି କରିବାକୁ ରାଜ୍ୟ ପର୍ଯ୍ୟଟନ ବିଭାଗ ପକ୍ଷରୁ କାର୍ଯ୍ୟ ଚାଲିବାକୁ ନେଇ ଚିନ୍ତାରେ କୋଣାର୍କ ବୁଧିଜିବି ଓ କ°ଗ୍ରେସ କର୍ମୀ। କୋଣାର୍କ ରୁ ଦେଖିବା ଏ ରିପୋର୍ଟ।

ଆମେ ଦେଖାଉଛୁ ପର୍ଯ୍ୟଟନ ବିଭାଗ ପକ୍ଷରୁ ନିର୍ମାଣ ହୋଇଥିବା ଯାତ୍ରୀନିବାସ ର ଚିତ୍ର।ସେ ସମୟର ମାନ୍ୟବର ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକ କଳକମଳରେ ୧୦,୧୦,୧୯୮୭ ଭିତ୍ତି ପ୍ରସ୍ତର ସ୍ଥାପନ କରାଯାଇ ନଭେମ୍ବର ୨୪ ତାରିଖ ୧୯୯୨ମସିହାରେ ପର୍ଯ୍ୟଟକମାନଙ୍କ ସେବାରେ ଲାଗିବା ପାଇଁ ମାନ୍ୟବର ପର୍ଯ୍ୟଟନ ମନ୍ତ୍ରୀ ଅନଙ୍ଗ ଉଦୟ ସି°ହ ଦେଓ ଦ୍ବାରା ଉଦୁଘାନଟ ହୋଇଥିବା ଯାତ୍ରୀନିବାସ ୨୮ ବଖରା ଘର ବିଶିଷ୍ଟ ଏବେ ରକ୍ଷଣାବେକ୍ଷଣ ଅଭାବରୁ ୧୨ଟି ଗୃହରେ ପାଣି ଲିକେଜ କରୁଥିବା ବେଳେ ଘରର କବାଟ ,ଝରକା, ସିଲିଙ୍ଗି ରୁ ପ୍ରା ପ୍ଲାଷ୍ଟର ଛାଡିବା ସହ ଶୌଚାଳୟ ର ଅବସ୍ଥା ଅତି ଶୋଚନୀୟ ହୋଇଛି।ଯେଉଁ ଗୃହ ଗୁଡିକ କେବଳ ଦେଶ ବିଦେଶର ପର୍ଯ୍ୟଟକମାନଙ୍କ ପାଇଁ ନିର୍ମାଣ ହୋଇଥିଲା। ତାହା ଆଜି ରକ୍ଷଣାବେକ୍ଷଣ ଅଭାବରୁ ନଷ୍ଟଦେବାକୁ ବସିଛି। ନା ସ୍ଥାନୀୟ ଅଧିକାରୀ ଏହା ଉପରେ ଦୃଷ୍ଟି ଦେଉଛନ୍ତି ନା ପର୍ଯ୍ୟଟନ ବିଭାଗ ମନ୍ତ୍ରୀ ସଚିବ ଏହା ଉପରେ ଦୃଷ୍ଟି ଆକର୍ଷଣ କରୁଛନ୍ତି।

କେବଳ ରକ୍ଷଣାବେକ୍ଷଣ ଅଭାବରୁ ନଷ୍ଟଦେବାକୁ ବସିଲାଣି ୧୨ଟି ଗୃହ। ସେପଟେ ଦୂତୀୟ ବ୍ଲକ ୨୦୦୧ ଶିଳାନ୍ୟାସ ହୋଇ ୨୦୦୩ ଶେଷ ହୋଇଥିବା ୧୮ ବଖରା ଗୃହରୁ ୫ଟି ଗୃହକୁ ଭାଙ୍ଗି କୋଟି କୋଟି ଟଙ୍କା ବ୍ୟୟ ରେ ନୂତନ ମଡେଲରେ କାର୍ଯ୍ୟ କରିବା ସହ ଗୃହ କୁ ମରାମତି କରିବାକୁ ରାଜ୍ୟ ପର୍ଯ୍ୟଟନ ବିଭାଗ ପକ୍ଷରୁ କାର୍ଯ୍ୟ ଚାଲିବାକୁ ନେଇ ବୁଦ୍ଧିଜୀବି ଓ ବିରୋଧୀ ଦଳ କଂଗ୍ରେସ କ୍ଷୋଭ ପ୍ରକାଶକରିଛନ୍ତି।

ଆଜକୁ ୩୩ ବର୍ଷର ପୂରୁଣା ଗୃହ ଏବେ ରକ୍ଷଣାବେକ୍ଷଣ ଅଭାବରୁ ଏବେ ଅଚଳ ଅବସ୍ଥା ରେ ପଡିଥିବା ବେଳେ କାହା ସ୍ବାର୍ଥରେ କାହା ଇଙ୍ଗିତରେ ମାତ୍ର୨୨ ବର୍ଷର ସଠିକ ଥିବା ଗୃହକୁ କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଇ ପୁନରୁଦ୍ଧାର କରାଯାଉଛି। କଣ ପାଇଁ ୩୩ବର୍ଷ ତଳେ ନିର୍ମାଣ ହୋଇଥିବା ଗୃହ ଗୁଡିକ ଉପରେ କାହାର ନଜର ପଡୁ ନାହିଁ। ସେତେବେଳେ ଯେଉଁ ଆଶା ଓ ଭରସା ରଖି ମାନ୍ୟବର ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକ ଭିତ୍ତି ପ୍ରସ୍ତର ଦେଇଥିଲେ। ତାଙ୍କର ଚିନ୍ତା ଧାରକୁ କାହିଁକି କୁଠାରଘାତ କରୁଛନ୍ତି ଆଜିର ପର୍ଯ୍ୟଟନ ବିଭାଗ। କୋଣାର୍କ ସୂର୍ଯ୍ୟ ମନ୍ଦିର ବୁଲି ଆସୁଥିବା ଦେଶବିଦେଶ ପର୍ଯ୍ୟଟକମାନଙ୍କ ପାଇଁ ରାତ୍ରିଯାପନ ପାଇଁ ଯେଉଁ ଗୃହ ନିର୍ମାଣ କରାଯାଇଥିଲା। ତାହା କାହିଁକି ରକ୍ଷଣାବେକ୍ଷଣ କରାଯାଉ ନାହିଁ। କଣ ରହିଛି ଭୁଲୁ କଣ ପାଇଁ ଆଜି ଅବହେଳିତ ହୋଇ ପଡିଛି ଏହି ୧୨ ବଖରା ଗୃହ। ଏ ନେଇ ଆମ ଟିମି ପର୍ଯ୍ୟଟନ ବିଭାଗ ଅଧିକାରୀ ଙ୍କୁ ଯୋଗାଯୋଗ କଲେ ମଧ୍ୟ କାହିଁକି ଆମ କ୍ୟାମେରା ସମୁଖରୁ ଖୋଲୁ ନାହାଁନ୍ତି ମୁହଁ ପର୍ଯ୍ୟଟନ ବିଭାଗ ଅଧିକାରୀ। ପର୍ଯ୍ୟଟନ ବିଭାଗ ମନ୍ତ୍ରୀ ଏବେ ମାନ୍ୟବର ପ୍ରଭାତୀ ପରିଡା ନିମାପଡ଼ା ନିର୍ବାଚନ ମଣ୍ଡଳୀ ର ବିଧାୟକ ଗତ କିଛିଦିନ ତଳେ କହିଥିଲେ ପର୍ଯ୍ୟଟକ ମାନଙ୍କ ପାଇଁ ପର୍ଯ୍ୟଟନ ବିଭାଗ ସବୁ ସୁବିଧା କରୁଛନ୍ତି।

ଏ କଣ ସେହି ସୁବିଧା ଯାହା ନିଜେ ଆସି କିପରି ସୁରକ୍ଷା ସହ ଯାତ୍ରୀନିବାସ ରହି ଫେରିଯିବାକୁ ନୂତନ ଗୃପୁକୁ କରାଯାଇଛି ମରାମତି।ବୋଲି ଦାବି କରିଛନ୍ତି ସ୍ଥାନୀୟ ବାସିନ୍ଦା।ସେତେବେଳର ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକ ଯେଉଁ ଆଶା ବିଶ୍ବାସ ନେଇ ନିର୍ମାଣ କରିଥିଲେ ଯାତ୍ରୀନିବାସ ଆଜି ନଷ୍ଟ ହେବାକୁ ବସିଛି।କେବେ ହୋଇବ ନବକଳେବର ,କେବେ କରାଯିବ ପୁନରୁଦ୍ଧାର,କେବେ ପର୍ଯ୍ୟଟକଙ୍କୁ ମିଳିବ ବିଳାସପୂର୍ଣ ସୁବିଧା । ତାହାକୁ ଅପେକ୍ଷାରେ । କୋଣାର୍କ ରୁ ପ୍ରକାଶ କାଣ୍ଡି।